Webportal

ଅନୁଗୁଳରେ ନିଆରା ଢଙ୍ଗରେ ପାଳିତ ହେଲା ରାଷ୍ଟ୍ରୀୟ ପ୍ରେସ ଦିବସ

0 308

ଚଳିତ ନଭେମ୍ବର ମାସ ୧୬ ତାରିଖରେ ନେସନାଲ ପ୍ରେସ ଡେ ବା ରାଷ୍ଟ୍ରୀୟ ପ୍ରେସ ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଅନୁଗୁଳ ସହରରେ।ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହା ଅତି ଉତ୍ସାହର ପାଳନ କରାଯାଇଛି। ସରକାରୀ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସବୁବର୍ଷ ପରି ଏ ବର୍ଷ ମଧ୍ୟ ସାମ୍ବାଦିକଙ୍କ ସମ୍ମାନାର୍ଥେ ଏକ ସଭାର ଆୟୋଜନ କରାଯାଇ ରାଷ୍ଟ୍ରୀୟ ପ୍ରେସ ଦିବସ କୁ ପାଳନ କରାଯାଇଥିଲା।କିନ୍ତୁ ନିଆରା କଥା ହେଲା ବୋଧହୁଏ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୁଳରେ ମୁଖ୍ୟତଃ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ ଏକତ୍ରିତ ହୋଇ ବିନା କୌଣସି ସଙ୍ଘର ସହାୟତାରେ ସମୂହ ଭାବେ ଏହି ଦିବସକୁ ପାଳନ କରିଥିଲେ।ସାମ୍ବାଦିକ ସମୂହ ଏକତ୍ରିତ ହୋଇ ଜିଲ୍ଲା କଳା କେନ୍ଦ୍ରରେ ଏହି ଦିବସକୁ ବିଭିନ୍ନ ସଂମାନିୟ ଅତିଥିଙ୍କ ଉପସ୍ଥିତିରେ ଏହାକୁ ପାଳନ କରିଥିଲେ।ଏହି ଅବସରରେ ମଞ୍ଚାସିନ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିର୍ଭୀକ ତଥା ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।

Leave A Reply

Your email address will not be published.