Webportal

ଆମ୍ବୁଲାନ୍ସ ଦ୍ୱାରା ଦୁର୍ଘଟଣା ଘଟି ଦୁଇ ଗୁରୁତର

0 292

ଅନୁଗୁଳ ବ୍ଲକ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତ ମୁଣ୍ଡହତା ହରିଜନ ସାହିରେ ସନ୍ଧ୍ୟା ସମୟରେ ଆମ୍ବୁଲାନ୍ସ (ଓଡ଼ି ୧୯ ଜେ ୨୩୪୦) ଦୁର୍ଘଟଣାଗ୍ରସ୍ତ ଓ ଦୁଇ ଗୁରୁତର ଆହତ। କୌଣସି ଖବର ପାଇ ଆମ୍ବୁଲାନ୍ସ ଟି ଯାଉଥିବା ସମୟରେ ମୁଣ୍ଡହତା ହରିଜନ ସାହି ପାଖରେ ଛୋଟ ଛୁଆ କୁ ଧକ୍କା ଦେଇ ପଳାଉଥିବା ସମୟରେ ଆଉ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା,ଯାହା ଫଳରେ ଛୋଟ ଛୁଆ ଏବଂ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ ଅଙ୍ଗାରବନ୍ଧ ପଞ୍ଚାୟତ ସମାକୋଇ ଗ୍ରାମର ଫିରୋଜ ସାହୁ, ପିତା : ବାବୁଲି ସାହୁ ଏବଂ ଛୋଟ ଛୁଆଟି ମୁଣ୍ଡହତା ହରିଜନ ସାହିର ବୋଲି ଜଣାପଡ଼ିଛି। ଫିରୋଜଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା।

Leave A Reply

Your email address will not be published.