Webportal

ରେଳରେ ମିଳିବ ୫୦ ଟଙ୍କାରେ ଭୋଜନ

0 228

ରେଳ ଯାତ୍ରୀ ମାନଙ୍କୁ ମାତ୍ର ୫୦ ଟଙ୍କାରେ ସୁସ୍ବାଦୁ ଭୋଜନ ଯୋଗଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ଯାତ୍ରୀ ମାନଙ୍କ ଖାଦ୍ୟ ଉପରେ ଭାରତୀୟ ରେଳବାଇ ଗୁରୁତ୍ୱ ଦେଉଥିବା ବେଳେ ଖୁବ ଶୀଘ୍ର ଆଣିବାକୁ ଯାଉଛି ନୂତନ କାଟେରିଂ ନୀତି ଯାହା ଫଳରେ ବର୍ତ୍ତମାନ ଦିଆଯାଉଥିବା ଖାଦ୍ୟରେ କିଛିଟା ପରିବର୍ତ୍ତନ ହେଇ ସାମିଲ ହେବ କମ୍ବୋ ମିଲସ।ଆସନ୍ତା ଡିସେମ୍ବର ରୁ ମେନୁରେ ସାମିଲ କରାଯିବ ରାଜମା-ଭାତ, ଡାଲି-ଭାତ,୪ଟି ରୁଟି ଏବଂ ତରକାରୀ।ରେଳବାଇର ଫୋକସ ଏବେ ଇ-କାଟେରିଂ ଓ ଫୁଡ଼ ଆଣ୍ଡ ଅଡ଼ର୍ର ଉପରେ ରହିଛି।ଇ-କାଟେରିଂ ସମ୍ପ୍ରସାରଣ ଦିଗରେ ରେଳବାଇ ଅଗ୍ରସର ହେଉଥିବା ବେଳେ ଡୋମିନୋଜ ସହିତ ବୁଝାମଣା କରିବାକୁ ଯାଉଛି।ଏହା ସହିତ ବିଭାଗ ଯାତ୍ରୀମାନଙ୍କର ଟଙ୍କା ଅନୁସାରେ ଖାଦ୍ୟ ଦେବାକୁ ଯୋଜନା କରୁଛି।ଯଦି ରେଳବାଇର ଖାଦ୍ୟ ପସନ୍ଦ ହେଉନି ତେବେ ଯାତ୍ରୀ ଇ-କାଟେରିଂ ସୁବିଧା ନେଇପାରିବେ।

Leave A Reply

Your email address will not be published.