Webportal

ଭାରସାମ୍ୟ ହରାଇ ଓଲଟିଲା ବସ, ଜଣେ ମୃତ

0 288

ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କତଡା ନୁଆଁସାହି ଯାଇକା ଢ଼ାବା ନିକଟରେ ଭାରସ୍ୟମ ହରାଇ ଓଲଟିଲା ସୁଲୁ ଯାତ୍ରୀବାହୀ ମିନି ବସ।ଜଣେ ମୃତ ଓ ୨୦ ଜଣ ଯାତ୍ରୀ ଆହତ।ମୃତକ ଜଣଙ୍କ ଆଠମଲ୍ଲିକ ଅଂଚଳର ନାରାୟଣ ସ୍ବାଇଁ।ମିନି ବସ ଟି ଆଠମଲ୍ଲିକ ରୁ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ହଠାତ ଭାରସମ୍ୟ ହରାଇ ଓଲଟି ପଡିଥିଲା।ସମସ୍ତ ଆହତ ଙ୍କୁ ଜରପଡା ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ର ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ଥିବା ଯୋଗୁଁ ରାସ୍ତାର ଅବସ୍ଥା ଶୌଚନୀୟ ହୋଇ ପଡିଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି ଯାହାକୁ ନେଇ ସ୍ଥାନୀୟ ସାଂସଦଙ୍କ ପକ୍ଷରୁ ଆଜି ଆନ୍ଦୋଳନ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.