Webportal

ପୁରୀର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ କୁ ଅନୁମୋଦନ

0 232

ପୁରୀ ସହରର ଭିତ୍ତିଭୂମି ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ୨୬୫ କୋଟି ଟଙ୍କାର ୫ ଗୋଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଯାହାଦ୍ୱାରା ଅଭଡ଼ା ଯୋଜନାରେ ପାଞ୍ଚ ଗୋଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ।ପୁରୀର ପୁରୁଣା ଜେଲ ପରିସର, ଯାତ୍ରୀକା ଏବଂ ମ୍ୟୁନିସପାଲଟି ମାର୍କେଟ ର ବିକାଶ କରାଯାଇ ସେଠାରେ ୧୨୫୦ ଟି ଦୋକାନ ଘର ନିର୍ମାଣ କରାଯିବ।ପୁରୀର ପୁରୁଣା ଜେଲ ପରିସର ଓ ଯାତ୍ରୀକା।ଉଭୟ ରେ ୪୦୦,୪୦୦ ଗାଡି ପାର୍କିଂ ହେବା ଭଳି ବହୁତଳ କାର ପାର୍କିଂ ବ୍ୟବସ୍ଥା କରାଯିବ ଯାହାଦ୍ୱାରା ପୁରୀକୁ ଆସୁଥିବା ଯାତ୍ରୀ ମାନଙ୍କର ଗାଡି ପାର୍କିଂ ସମସ୍ୟା ଦୂର କରାଯାଇପାରିବ।ସେହିପରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଗୋଟିଏ ଛାତ ତଳେ ରଖାଯିବ ଯାହା ସାଧାରଣ ଲୋକଙ୍କ ପାଇଁ ସୁବିଧା ହେବ ଓ ସ୍ଥାନାନ୍ତରିତ ହୋଇଥିବା କାର୍ଯ୍ୟାଳୟ ପରିସର ଗୁଡିକୁ ପାର୍କିଂ ଆଦି ବିଭିନ୍ନ ନାଗରିକ ସୁବିଧା କେନ୍ଦ୍ର ଭାବେ ବ୍ୟବହାର କରାଯାଇ ପାରିବ।ମ୍ୟୁନିସିପାଳିଟି ମାର୍କେଟ ର ପୁନରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ରେ ପରିଣତ କରାଯିବ।ଆଚାର୍ଯ୍ୟ ହରିହର ଛକ ରାସ୍ତାର ସମ୍ପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ୟ୍ଯ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ ହେବ।ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶ୍ରୀ ଜଗନ୍ନାଥ ମନ୍ଦିର ର ମୁଖ୍ୟ ପ୍ରଶାସକ, ଅର୍ଥ ବିଭାଗ ର ପ୍ରମୁଖ ସଚିବ, ପୂର୍ତ୍ତ ସଚିବ ଓ ପୁରୀର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.