Webportal

ଶବ ରୁ ଆଖି ଗାୟବ କୁ ନେଇ ଅନୁଗୁଳ ବନ୍ଦ ଡାକରା

କଣ ପ୍ରତିବାଦ କରିବାର ଏହା ଏକ ମାତ୍ର ରାସ୍ତା ଯେଉଁଥିରେ ସାଧାରଣ ଲୋକ ମାନେ ପ୍ରଭାବିତ ହେବେ

0 615

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ଗୃହ ରୁ ତିନିଦିନ ବ୍ୟବଧାନ ରେ ଦୁଇଟି ଶବରୁ ଆଖି ଗାୟବ ଘଟଣା ରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଆସନ୍ତା କାଲି ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି, ଯା ଦ୍ୱାରା ଶିକ୍ଷା, ଗମନାଗମନ,ଅର୍ଥନୈତିକ କାରବାର ଆଦି ମୌଳିକ ଏବଂ ନିହାତି ଆବଶ୍ୟକ କାର୍ଯ୍ୟ ପୁରା ପୁରି ପ୍ରଭାବିତ ହେବ କାରଣ ଯାହା ଦେଖାଯାଏ ବନ୍ଦ ଡାକରା ଦେଇଥିବା ଦଳମାନେ ନିଜର ବାହାଦୁରୀ ପାଇଁ ଜୋର ଜବରଦସ୍ତ ବନ୍ଦ କରିଥାନ୍ତି ଯାହାର ଆଶା କାଲିର ବନ୍ଦ ସମୟରେ ମଧ୍ୟ କରା ଯାଇପାରେ। ଏଠାରେ ବଡ଼ ପ୍ରଶ୍ନ ଉଠୁଛି କି ଲୋକଙ୍କ ହିତ କଥା କହୁଥିବା ନେତା ମାନେ କଣ ଜାଣି ପାରୁନାହାନ୍ତି ଯେ ଅତି ଖରାପ ଭାବରେ ପ୍ରଭାବିତ ହେଉଥିବାରୁ ସାଧାରଣ ଲୋକେ କେବେ ବି ବନ୍ଦ କୁ ପସନ୍ଦ କରି ନ ଥାନ୍ତି, ଖାଲି ଚୁପ ରହିଥାନ୍ତି ବନ୍ଦ କରାଉଥିବା ଲୋକଙ୍କ ଦ୍ୱାରା ଖରାପ ବ୍ୟବହାର ଡରରେ। ଯଦି ରାଜନୈତିକ ଲୋକମାନେ ଅନ୍ୟ ବାଟ ପାଉନାହାନ୍ତି ତେବେ ଏହା ଉପରେ ନିଶ୍ଚିତ ଭାବେ ବିତର୍କ ର ଆବଶ୍ୟକତା ରହିଛି। କିନ୍ତୁ ଏହା ନିଶ୍ଚିତ ଯେ ସାଧାରଣ ଜୀବନ ଯାତ୍ରା କୁ ବନ୍ଦ କରି କୌଣସି ସମସ୍ୟାର ସମାଧାନ ଚାହିଁବା ଅପେକ୍ଷା ଅନ୍ୟ ରାସ୍ତା ଆପଣେଇବା ଜନତା ଓ ରାଜନୈତିକ ଦଳ ଉଭୟ ଙ୍କ ପାଇଁ ହିତକର ହେବ।

Leave A Reply

Your email address will not be published.