Webportal

ଚଳିତ ବର୍ଷ ଅନୁଗୁଳ ଜିଲ୍ଲା ଚାଷୀ ହତାଶ

0 171

ଅନୁଗୁଳ ଜିଲ୍ଲାରେ ଚାଷୀ ଏବେ ହତାଶ,ବର୍ଷା ଅଭାବରୁ ଅଟକିଯାଇଛି ଚାଷ କାର୍ଯ୍ୟ ।
ଚାଷୀ ଏବେ ହତାଶ। ଜୁଲାଇ ମାସ ଶେଷ ହେବାକୁ ବସିଲାଣି, ଏହି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କିନ୍ତୁ ଆବଶ୍ୟକ ବର୍ଷା ଅଭାବରୁ ଜିଲ୍ଲାରେ ଚାଷ କାର୍ଯ୍ୟ ଠିକରେ ହୋଇପାରୁ ନାହିଁ। ବିଶେଷକରି ରୁଆ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏପରି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ୨୦୧୭ ଅବସ୍ଥା ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଯଦି ବର୍ଷା ପରିମାଣ ବଢ଼ିବ ତା’ହେଲେ ଜିଲାରେ ଚଳିତବର୍ଷ ଲକ୍ଷ୍ୟ ରଖାଯାଇଥିବା ୮୮ ହଜାର ୫୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ବହୁତ କମ ଜମିରେ ଚାଷ ହୋଇଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।ଜିଲ୍ଲାର ଅାଠମଲ୍ଲିକରେ ରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ଓ ପାଲଲହଡା ରେ ସର୍ବାଧିକ ବର୍ଷା ହୋଇଥିବା କୁହାଯାଉଛି । ଏହି ବର୍ଷା ର ଚାଷ ଉପରେ ସେପରି ପ୍ରଭାବ ପଡିବାର ଆଶା ନାହିଁ। ବୁଣା କାର୍ଯ୍ୟ ଶେଷ ହୋଇଥିବା ବେଳେ ରୁଆ ମନ୍ଥର ଗତିରେ ଚାଲିଛି।ଏପରି ପରିସ୍ଥିତି ଲାଗି ରହିଲେ ଜିଲାର ଚାଷୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.