Webportal

କୁମ୍ଭୀର ସ୍ଥାନାନ୍ତରିତ

0 162

ନନ୍ଦନକାନନରେ ଘଡ଼ିଆଳ ସଂଖ୍ୟା ବୃଦ୍ଧି ପାଇବାରୁ ଶୁକ୍ରବାର ଅପରାହ୍ନ ରେ ଏକ ତିନି ଜଣିଆ ଦଳ ସାଥିରେ ୫ଟି ଘଡିଆଳ କୁମ୍ଭୀର ଆଣି ସାତକୋଶିଆରେ ଛାଡିଛନ୍ତି। ଘଡିଅାଳଙ୍କ ସଂଖ୍ୟା ବୃଦ୍ଧିପାଇ ୭୪ରେ ପହଞ୍ଚତ୍ଥିଲା ବୋଲି ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଏସିଏଫ କହିଛନ୍ତି। କୁମ୍ଭୀରମାନଙ୍କ ରକ୍ଷଣାବେକ୍ଷଣ ସାଙ୍ଗକୁ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି ହେବାରୁ ସେମାନଙ୍କୁ ସାତକୋଶିଆ, ମହାନଦୀର ଅବବାହିକା ଆଦି ସ୍ଥାନରେ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ୧୮ବର୍ଷର ବ୍ୟବଧାନ ପରେ ନନ୍ଦନକାନନ ପୁଣିଥରେ କୁମ୍ଭୀର ଛାଡିବା ପ୍ରକ୍ରିୟା ଆରମ୍ଭ କରିଛି। ୨୬ଲକ୍ଷ ଟଙ୍କାର ବ୍ୟୟବରାଦରେ ୪ବର୍ଷର ସମୟସୀମା ଭିତରେ କୁମ୍ଭୀରମାନଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଶୁକ୍ରବାର ପ୍ରାୟ ଦେଢବର୍ଷ ବୟସର ୨ଟି ଅଣ୍ଡିରା ଓ ୩ଟି ମାଈ ଘଡିଆଳକୁମ୍ଭୀର ଛାଡିବାକୁ ସେଠାରୁ ଦଳ ଆସିଥିଲା। ପରୀକ୍ଷାମୂଳକ ଭାବେ ଏହି କୁମ୍ଭୀର ମାନଙ୍କୁ ଛଡାଯାଇଉଛି। ରାଜସ୍ଥାନର ଏକ ସଂସ୍ଥାଠାରୁ ୫ଟି ଟ୍ରାନ୍ସମିଟର କିଣାଯାଇ କୁମ୍ଭୀରଙ୍କ ଦେହରେ ଲଗାଯାଇଛି ଯାହାଦ୍ୱାରା ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ତେବେ ପ୍ରଥମ ବର୍ଷରେ ୩୫ଟି କୁମ୍ଭୀର ଛଡାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାର ଜଣାପଡିଛି।

Leave A Reply

Your email address will not be published.