Webportal

ମଦ ବିକ୍ରି ବନ୍ଦ କରିବାକୁ ଫେରାଦ

0 315

ମଦ ବିରୋଧୀ ନେଇ ଏକାଠି ହେଲେ ମହିଳା । ଅନୁଗୁଳ ଜିଲା ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ଗ୍ରାମ ପଞ୍ଚାୟତର ପରିବର୍ତ୍ତନ ଟ୍ରଷ୍ଟ ଓ ମା ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଦ ବିରୋଧୀ ଅଭିଯାନ ଚଳାଇ ଆଜି ଜିଲ୍ଲାପାଳଙ୍କୁ ଭେଟିଥିଲେ ।ତାଳଚେରର ଅନେକ ସ୍ଥାନରେ ଚୋରା ମଦ ବିକ୍ରି ହେଉଛି ଏବଂ ବାରମ୍ବାର ଉପଜିଲ୍ଲାପାଳ ଓ ସଦର ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।ଏପରି ଭାବେ ମଦ ବିକ୍ରି ଦ୍ୱାରା କିଛି ଅସାମାଜିକ ବ୍ୟକ୍ତି ମଦ୍ୟ ପାନକରି ରାସ୍ତା ରେ ମହିଳା ମାନଙ୍କର ଚାଲିବା କଠିନ କରିଦେଇଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଅାକାରରେ ଦେବା ସହ ଏହାର ସମାଧାନ ଯଥାଶୀଘ୍ର କରାନଗଲେ ବାଧ୍ୟ ହୋଇ ରାଜରାସ୍ତାକୁ ଉହ୍ଲାଇବେ ବୋଲି ପରିବର୍ତ୍ତନ ଟ୍ରଷ୍ଟର ସଦସ୍ୟ ଓ ମା ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଟି କଣ୍ଢାଳ ଗ୍ରାମପଞ୍ଚାୟତର ଶତାଧିକ ମହିଳା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.