Webportal

ଜନବସତି ରେ ପଶିଲେ ହାତୀ

0 284

ଅନୁଗୁୁଳ ଜିଲା କଣିହଁ। ବ୍ଲକ ରେଙ୍ଗାଳି ପ୍ରକଳ୍ପ କଲୋନୀରେ ଶନି ବାର ରାତିରେ ୩ଟି ହାତୀ ପଶି ଆସି ଉପଦ୍ରବ କରିଛନ୍ତି। ଓଏଚ୍‌ପିସି ଟୁ ଷ୍ଟାର କଲୋନୀ ଓ ଆଇଟିଆଇ ଛାତ୍ରାବାସର ପାଚେରି ଭାଙ୍ଗିବା ସହ ହାତୀ ପଲ ଆମ୍ବ ଓ ପଣସ ଖାଇ ଦେଇଛନ୍ତି। ଏନେଇ ପ୍ରକଳ୍ପ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।
ରେଙ୍ଗାଳି ଡ୍ୟାମର ଓସିସି କଲୋନୀ ନିକଟବର୍ତ୍ତୀ ଓଏଚ୍‌ପିସିର ଟୁ ଷ୍ଟାର ବିଲ୍ଡିଂ କଲୋନୀରେ ୩ଟି ହାତୀ ପଶିଯାଇଥିଲେ। ଏହା ପରେ ହାତୀପଲ ସ୍ଥାନୀୟ ମୁଣ୍ଡା ବସ୍ତିରେ ପଶି ଘର ଭାଙ୍ଗିବା ସହ ଚାଉଳ ଖାଇଥିବା ଅଭିଯୋଗ ହୋଇଛି। ସକାଳ ହେବା ପରେ ହାତୀପଲ ନିକଟସ୍ଥ ପାହାଡ଼ ଅଞ୍ଚଳକୁ ଚାଲିଯାଇଥିଲେ। ବନ ବିଭାଗ ତୁରନ୍ତ ପ୍ରକଳ୍ପ ଅଞ୍ଚଳରୁ ହାତୀ ଘଉଡାଇବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ କଣିହଁ। ବନାଞ୍ଚଳ ଅଧିକାରୀ ପ୍ରତାପ ରାଉଳ କହିଛନ୍ତି, ଦେବଗଡ ସୀମାନ୍ତରୁ ହାତୀ ପଲ ଆସିଛନ୍ତି। ବର୍ତ୍ତମାନ କଣିହଁ। ପ୍ରକଳ୍ପ ବିରୁପାଳ ଅଞ୍ଚଳରେ ହାତୀ ରହିଛନ୍ତି। ବନ ବିଭାଗ ପକ୍ଷରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.