Webportal

6th Battalion ପରିସରରେ ୭୯ ତମ ଫୁଟବଲ ଚାମ୍ପିଅନସିପ ଉଦଯାପିତ

0 234

ଆଜି OSAP 6th Battalion ପରିସରରେ 79 ତମ ଫୁଟବଲ ଚାମ୍ପିୟନସିପ -2024 ଉଦଯାପିତ ହୋଇଯାଇଛି । ADGP( Law & Order) ଶ୍ରୀ ସଞ୍ଜୟ କୁମାର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳି ଓ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜିର ଫାଇନାଲ ମ୍ୟାଚ ରାଉରକେଲା ଓ କମିଶନରେଟ ( ଏ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ କମିଶନରେଟ ( ଏ) 4-5 ପେନାଲଟି ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିବା ବେଳେ ରାଉରକେଲା ରନର୍ସଅପ ହୋଇଥିଲା।ଏହି ଚାମ୍ପିୟନସିପରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା କମିଶନରେଟ ( ଏ) ର ରଞ୍ଜନ କୁମାର ଭୋଇଙ୍କୁ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ଡ଼ିଫେଣ୍ଡର ଭାବେ ଶେଖ ଆଲାମ, ଶ୍ରେଷ୍ଠ ମିଡ଼ଫିଲଡର ଭାବେ ଲଖାଇ ମୁର୍ମୁ, ଜଗତସିଂହପୁର ଜିଲ୍ଲାର ନିର୍ମଳ ମାରାଣ୍ଡିଙ୍କୁ ଶ୍ରେଷ୍ଠ ଫରୱାର୍ଡ଼ ଖେଳାଳି ଏବଂ ରାଉରକେଲା ଜିଲ୍ଲାର ସମୀର କେରକେଟାଙ୍କୁ ପ୍ଲେୟାର ଅଫ ଟୁର୍ନାମେଣ୍ଟ ଭାବେ ପୁରସ୍କୃତ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଓଏସଏପି ଷଷ୍ଠ ବାଟାଲିୟନକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ,ଏହି ଚାମ୍ପିୟନସିପରେ ସାରା ରାଜ୍ୟର 43ଟି ଜିଲ୍ଲା ଏବଂ ବାଟାଲିୟନର ପୋଲିସ ଟିମ ଅଂଶଗ୍ରହଣ କରିଥିବା ବେଳେ ସମୁଦାୟ 834 ଜଣ ଖେଳାଳି ସାମିଲ ହୋଇଥିଲେ । 4 ଟି ଗ୍ରାଉଣ୍ଡରେ ଏହି ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିଲା । 6th ବାଟାଲିୟନ, ରେଭେନ୍ସା ପଡିଆ, CRRI ground ଏବଂ ଖାନ ନଗର ପଡିଆରେ ଏହି ଖେଳ ଚାଲିଥିଲା । ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଗାମୀ ଦିନରେ ଓଡିଶା ପୋଲିସ ଫୁଟବଲ ଟିମ ଗଠନ କରାଯିବ। ସେହି ଟିମ ସାରା ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ ରାଜ୍ୟର ପୋଲିସ ଫୁଟବଲ ଟିମ ସହ ମ୍ୟାଚ ଖେଳିବ ବୋଲି ସୂଚନା ମିଳିଛି।ଆଜିର ଏହି ଉଦଯାପନ ସମାରୋହରେ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, AIG (ମୁଖ୍ୟାଳୟ) ସୁରେଶ ନାଏକ, ଡେପୁଟି କମାଣ୍ଡାଣ୍ଟ ଅନିଲ ପ୍ରଧାନ,ଡେପୁଟି କମାଣ୍ଡାଣ୍ଟ ଭଵାନୀ ଶଙ୍କର ସେଠ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନ୍ଧାତା ସାଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.