Webportal

୧୨ କୁଇଣ୍ଟାଲ ଭାଙ୍ଗ ଜବତ

0 200

କଟକ ସହରର ବିଭିନ୍ନ ଅଞ୍ଚଳ ରେ ନିଶାସକ୍ତ ହୋଇ ଅନେକ ଯୁବକ ଯୁବତୀ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରୁଥିବାକୁ ନେଇ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଶନିବାର ସନ୍ଧ୍ୟା ୬ ଟା ସମୟରେ କଟକ ଜଗତପୁର ଠାରେ ଖୋର୍ଦ୍ଧା ରୁ ବିହାର ଯାଉଥିବା ଓଆର ୦୨ ବିସି ୦୪୭୫ ଆଇଚର ଟ୍ରକ ରେ ୧୨ କ୍ୟୁଣ୍ଟାଲ ଭାଙ୍ଗ ଯାହାର ମୂଲ୍ୟ ପ୍ରାୟ ଛଅ ଲକ୍ଷ ଟଙ୍କା ହେବ ନେଇ ଯାଉଥିବା ବେଳେ କଟକ ଅବକାରୀ ବିଭାଗ ର ଏସ୍ପି ଅଶୋକ ଶତପଥୀ ଦଳବଳ ସହିତ ଚଢାଉ କରି ଉକ୍ତ ଗାଡ଼ିରେ ଥିବା ଡ୍ରାଇଭର ଅଶୋକ ପାସଓ୍ବନ ସହ ଟ୍ରକ ଜବତ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.