Webportal

୬ତାରିଖରୁ ଅନୁଗୁଳରେ ନାଟ୍ୟମ ପକ୍ଷରୁ ୪ଦିନିଆ ନାଟ୍ୟମେଳା

0 352

ନାଟ୍ୟମ,ଅନୁଗୋଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷର ନାଟ୍ୟମ ନାଟ୍ୟମେଳା ମାର୍ଚ୍ଚ ୬ ତାରିଖ ରୁ ୯ ତାରିଖ ଦୀର୍ଘ ୪ଦିନ ଧରି ସଭାଘର ଅନୁଗୋଳ ଠାରେ ଅନୁଷ୍ଠିତ ହେବ ବୋଲି ନାଟ୍ୟମ ଅନୁଷ୍ଠାନର ସଭାପତି ସୁଧାଂଶୁ ମୋହନ ଦ୍ୱିବେଦୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ଅନୁଗୋଳ ଜନସାଧାରଣ,ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ମାନଙ୍କର ସହଯୋଗରୁ ଏହି ନାଟ୍ୟମେଳା ସମସ୍ତ ରାଜ୍ୟର ସାଂସ୍କୃତିକ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ।ଦୀର୍ଘ ୪ଦିନ ଧରି ହେବାକୁ ଥିବା ନାଟ୍ୟ ମହୋସ୍ଚବର ୬ ତାରିଖ ଉଦଘାଟନୀ ସନ୍ଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ପରିବେଶଣ କରିବେ ଦଶାବତାର ,୭ ତାରିଖ ଜୀବନରେଖା ଭୁବନେଶ୍ୱର ପରିବେଶଣ କରିବେ ଅନାମିକା ତାରା,୮ ତାରିଖ ମାନାନା ନାଟ୍ୟ ସଂସ୍ଥା ଭୁବନେଶ୍ୱର ପରିବେଷଣ କରିବେ ଘଡି ଘଡିକେ ଘୋଡା ଛୋଟୁଛି,୯ ତାରିଖ ତଥା ଉଦଯାପନି ସନ୍ଧ୍ୟାରେ ନାଟ୍ୟମ ଅନୁଗୋଳର ନାଟକ ଫେରିଅାସ ବାପୁ ଅନୁଷ୍ଠିତ ହେବ ବୋଲି ନାଟ୍ୟମ ସାଧାରଣ ସଂପାଦକ ସମୀର କୁମାର ପଟ୍ଟନାୟକ କହିଛନ୍ତି ।ଏହି ନାଟ୍ୟମ ନାଟ୍ୟମେଳାକୁ ଜିଲ୍ଲାର ସମସ୍ତ ଜନସାଧାରଣ ଦେଖିଅାସିବାକୁ ନାଟ୍ୟମ ଅନୁଗୋଳର ମିଡିଅା ସଂଯୋଜକ ତପନ ଦାସ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.