Webportal

୬ଜଣ କାଉଡିଆ ମୃତ : ମାଡିଗଲା ଡମ୍ପର

0 150

ଉତ୍ତରପ୍ରଦେଶ ହାଥରସଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ମହାଦେବଙ୍କ ପାଖୁ ଜଳଭିଷେକ କରିବାକୁ ଯାଉଥିବା ୬ଜଣ କାଉଡିଆ ଭକ୍ତଙ୍କ ଉପରେ  ଡମ୍ପର ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ସେମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ଜନପଦ ଗ୍ୱାଲିଅର ଅଭିମୁଖେ ଯାଉଥିଲେ ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମାକୁ ଶାନ୍ତି କାମନା କରୁଥିବା ବେଳେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.