Webportal

୨୦ ଦିନର ଶିଶୁକୁ ସମ୍ପର୍କୀୟଙ୍କ ଦ୍ୱାରା ଅପହରଣ ଅଭିଯୋଗ

0 326

୨୦ ଦିନ ର ଶିଶୁପୁତ୍ର କୁ ନିଜ ପରିବାର ଲୋକ ଅପହରଣ କରିନେଇଥିବା ଥାନା ରେ ଅଭିଯୋଗ କରିଛନ୍ତି ଶିଶୁ ର ମା I ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅଧିନସ୍ଥ ରଞ୍ଜଣI ଗ୍ରାମ ରେ I ଅଭିଯୋଗ ଅନୁଯାୟୀ ସୁନି ମୁଣ୍ଡା 13 ତାରିଖ ରାତି ରେ ଖାଇସାରିବାପରେ ନିଜ ୨୦ ଦିନ ର ଶିଶୁପୁତ୍ର କୁ ସାଙ୍ଗରେ ଧରି ସୋଇଥିବାବେଳେ ପାଖ ରେ ସ୍ୱାମୀ ସୁଶୀଲ ମୁଣ୍ଡ ସୋଇଥିଲେ ତେବେ ସକାଳୁ ଉଠିଲାବେଳକୁ ଶିଶୁ ଟି ପାଖ ରେ ନଥିବା ଦେଖିବାକୁ ପାଇଥିଲେ, ତେବେ ବହୁ ଖୋଜ ଖୋଜି ପରେ ମଧ୍ୟ ଶିଶୁ ଟି କୁ ନପାଇବାରୁ ଶିଶୁ ର ବାପା ଏବଂ ମା ସେହି ଗ୍ରାମ ରେ ରହୁଥିବା ନିଜ ଅପା ଙ୍କ ଘରକୁ ଯାଇଥିଲେ ଏବଂ ଅପା ଙ୍କୁ ଘରେ ନ ପାଇ ଶିଶୁଟିକୁ ନିଜ ଅପା ଅପହରଣ କରିନେଇଥିବା ସନ୍ଦେହ କରି ଥାନା ରେ ଅଭିଯୋଗ କରିଛନ୍ତି I ଅନ୍ୟପଟେ ପୋଲିସ ଏହି ଘଟଣା ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି I

Leave A Reply

Your email address will not be published.