Webportal

୨୦୨୪ରେ ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ

0 153

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ତାଳଚେର ସାର କାରଖାନା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି କାରଖାନାରୁ ୨୦୨୪ରେ ଉତ୍ପାଦନ ଆରମ୍ଭ ହେବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧୨.୭ ଏଲ୍‌ଏମ୍‌ଟିପି। ଏଥିରେ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିକୁ ବ୍ୟବହାର କରି ଆମୋନିଆ ଓ ୟୁରିଆ ଉତ୍ପାଦନ କରାଯିବ। ଏହା ହେଉଛି ଦେଶର ପ୍ରଥମ ୟୁରିଆ କାରଖାନା। ଏଥି ସହିତ ବରାଉଣି ଓ ସିନ୍ଦ୍ରିରେ ସ୍ଥାପନ କରାଯାଉଥିବା ଦୁଇଟି ୟୁରିଆ କାରଖାନା ଅଗ୍ରଗତିର ମଧ୍ୟ ସେ ସମୀକ୍ଷା କରିଛନ୍ତି।

ମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି ଯେ ଏହି ୟୁରିଆ କାରଖାନାଗୁଡ଼ିକରୁ ଉତ୍ପାଦ ଆତ୍ମନିର୍ଭର ଭାରତ ଓ ଆତ୍ମନିର୍ଭର କୃଷି ଦିଗରେ ଏକ ପଦକ୍ଷେପ। ସରକାରଙ୍କ ଉଦ୍ୟମ ଯୋଗୁଁ ୟୁରିଆ ଉତ୍ପାଦନରେ ଭାରତ ଆତ୍ମନିର୍ଭର ହେବ। ଏହି କାରଖାନାଗୁଡ଼ିକ ଦ୍ବାରା ୫୦୦ ଲେଖାଏଁ ପ୍ରତ୍ୟକ୍ଷ ଓ ୧୫୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗେଲ୍‌, ସିଆଇଏଲ୍, ଆରସିଏଫ୍ ଓ ଏଫ୍‌ସିଆଇଏଲ୍‌ ଭଳି ଚାରିଟି ସଂସ୍ଥାକୁ ନେଇ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ ତାଳଚେର ସାର କାରଖାନାର ପୁନରୁଦ୍ଧାର କରୁଛି। ଏଥିରେ ଗେଲ୍‌, ଆର୍‌ସିଏଫ୍ ଓ ସିଆଇଏଲ୍ର ୩୧.୮୫% ଲେଖାଏଁ ଅଂଶଧନ ଥିବା ବେଳେ ଏଫ୍‌ସିଆଇଏଲ୍‌ର ୪.୪୫% ଅଂଶଧନ ରହିଛି।

Leave A Reply

Your email address will not be published.