Webportal

୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ

0 188

୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ। ଗିରଫ ଆଶଙ୍କାରେ ଗାଁ ଗାଁରେ କୋକୁଆ ଭୟ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ। ଚାଷୀମୂଲିଆ ଆଦିବାସୀ ସଙ୍ଘର ଆଦିବାସୀ କର୍ମକର୍ତ୍ତାଙ୍କ ନାଁରେ ୱାରେଣ୍ଟ ଜାରି ହୋଇଛି।

ଗତ ସପ୍ତାହରେ ସଂଘର କିଛି କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ କର୍ମକର୍ତ୍ତା ଏବେ ଭୟଭୀତ ଅବସ୍ତାରେ ଅଛନ୍ତି। କେତେବେଳେ ପୁଲିସ ରାତିରେ ଘରେ ପଶି ଉଠାଇନେବ, କେହି ଜାଣିପାରୁ ନାହାନ୍ତି। ତେଣୁ କିଏ ସମ୍ପର୍କୀୟ ଘରେ ଆଶ୍ରୟ ନେଉଛି ତ ଆଉ କିଏ ଗାଁ ବାହାରେ ଲୁଚୁଛି। ଘରେ ନରହି ଜଙ୍ଗଲରେ ରାତି କାଟୁଛନ୍ତି ଗରିବ ଆଦିବାସୀ।

ସୂଚନା ଅନୁସାରେ ଦୀର୍ଘ ଦୁଇ ଦଶନ୍ଧି ଧରି ନାରାୟଣପାଟଣା ବ୍ଲକ ଅଞ୍ଚଳରେ ରେ ମଦ ଓ ଗୋତି ପ୍ରଥାକୁ ବିରୋଧ କରିବା ପାଇଁ ଗଢିଉଠିଥିଲା ଚାଷୀ ମୁଲିଆ ଆଦିବାସୀ ସଙ୍ଗଠନ। ଏହି ସଙ୍ଗଠନ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢେଇ କରୁଥିଲା। ଏହାର ନେତୃତ୍ୱ ନେଉଥିଲେ ନାଚିକା ଲିଙ୍ଗା। ପରବର୍ତ୍ତି ସମୟରେ ସଙ୍ଗଠନ ଦୃର୍ବଳ ହୋଇଥିଲା। ଆଉ ଗିରଫ ହୋଇଥିଲେ ସଙ୍ଗଠନର ସଭାପତି ନାଚିକା ଲିଙ୍ଗା। ତାପରେ ସଙ୍ଗଠନ ସମ୍ପୁର୍ଣ୍ଣ ଦୁର୍ବଳ ହୋଇଯାଇଥିଲା। କିନ୍ତୁ ସଙ୍ଗଠନ କର୍ମକର୍ତ୍ତାଙ୍କ ନାଁରେ ଥିବା ମାମଲା ଗୁଡ଼ିକ ପ୍ରତ୍ୟାହାର ହୋନଥିଲା। ସଙ୍ଗିଗଠନର କର୍ମକର୍ତ୍ତାକୁ ଗିରଫ କରିବା ପାଇଁ ପୁଲିସ ୱାରେଣ୍ଟ ଜାରି କରିଥିଲା। ଆଉ ରାତି ଅଧିଆ ଚଢୋଉ କରି ବହୁ କର୍ମ କର୍ତ୍ତାଙ୍କୁ ଗିରଫ କରିଥିଲା। ଯେଉଥି ପାଇଁ ଭୟରେ ଆଦିବାସୀ ମାନେ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

Leave A Reply

Your email address will not be published.