Webportal

୧୦ ବର୍ଷ ପରେ ୨୦ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

0 136

ଗତ ୨୦୧୨ ମସିହାରେ କଣାସ ବ୍ଲକ ଅନ୍ତର୍ଗତ ଚଣ୍ଡପଡ଼ାର ବଳଜିତପୁର ଗାଁରେ ଥିବା ଏକ ସରକାରୀ ଜମିରେ ଥିବା ଚାକୁଣ୍ଡା ଗଛ କଟାକୁ କେନ୍ଦ୍ର କରି ବହୁଚର୍ଚ୍ଚିତ ମାନସ ବଳିଆରସିଂହ ହତ୍ୟାକାଣ୍ଡ ଘଟିଯାଇଥିଲା। ଏହି ହତ୍ୟାକାଣ୍ଡରେ ଏହି ଗାଁର ପ୍ରାୟ ୨୨ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିଲେ। ତେବେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ବିଚାର କରି ମାନ୍ୟବର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଲେଙ୍କା ଆହତ, ପାରିପାର୍ଶ୍ବିକ ସାକ୍ଷ୍ୟଙ୍କ ସମେତ ପ୍ରାୟ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ୧୦ ବର୍ଷ ପରେ ୨୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାପାଇଁ ନିର୍ଦ୍ଦେଶ ରହିଛି। ଏହି ଜରିମାନା ଅର୍ଥ ଅନାଦେୟ ପୁଣି ୪ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ସତ୍ୟନାରାୟଣ ତ୍ରିପାଠୀ ଓ ଦେବାଶିଷ ପଣ୍ଡା ପରିଚାଳନା କରିଥିଲେ। ତେବେ ଏଭଳି ବିଚାର ପୁରୀରେ ପ୍ରଥମ ଥର ହୋଇଥିବା ବେଳେ ସାରା ଓଡ଼ିଶାରେ ମଧ୍ୟ ଏକକାଳୀନ ୨୦ ଜଣଙ୍କୁ ସଶ୍ରମ କାରାଦଣ୍ଡାଦେଶ କେବେ ହୋଇ ନଥିବା ଜଣାପଡ଼ିଛି। ଏହି ମାମଲାରେ ଜଡ଼ିତ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ଅନ୍ୟ ଜଣେ ମୃତ୍ୟୁବରଣ କରିସାରିଛନ୍ତି।

ଏହି ମାମଲାର ଶୁଣାଣି କରି ମାନ୍ୟବର ବିଚାରପତି ୨୦ ଜଣ ଅଭିଯୁକ୍ତ ସୁବ୍ରତ ନାୟକ(୩୪), ବିଶ୍ବନାଥ ବଳିଆରସିଂହ(୬୬), ତାଙ୍କ ପୁଅ ରାମକୃଷ୍ଣ ବଳିଆରସିଂହ(୪୭) ଓ ବିଚିତ୍ରାନନ୍ଦ ବଳିଆରସିଂହ(୪୫), ଶରତ ଚନ୍ଦ୍ର ନାୟକ(୪୨), ପ୍ରଶାନ୍ତ କୁମାର ନାୟକ(୩୨), ବିଶ୍ବଜିତ ନାୟକ(୨୯), ସଂଗ୍ରାମ କେଶରୀ ନାୟକ(୪୪), ଲେଲିନ କୁମାର ବଳିଆରସିଂହ(୩୦), ନରେନ୍ଦ୍ର କୁମାର ବଳିଆରସିଂହ(୩୭), ସୁକାନ୍ତ ପ୍ରଧାନ(୪୫), କ୍ଷୀରୋଦ କୁମାର ନାୟକ(୫୧), କବିରାଜ ନାୟକ(୬୪), ଯୁଧିଷ୍ଠିର ନାୟକ(୭୦), ଗୁଣନିଧି ବଳିଆରସିଂହ(୫୮), ପ୍ରମୋଦ କୁମାର ସ୍ବାଇଁ(୫୩), ମହେଶ୍ବରର ନାୟକ(୬୪) ଓ ତାଙ୍କ ପୁଅ ସୁଜିତ ନାୟକ(୨୯) ଶରତ ନାୟକ(୫୮) ଏବଂ ମନୋରଞ୍ଜନ ନାୟକ(୫୪)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି।

Leave A Reply

Your email address will not be published.