Webportal

ହୀରାକୁଦ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି; ଆହୁରି ଖୋଲିବ ୯ଟି ଗେଟ୍

ଦିନସାରା ପର୍ଯ୍ୟାୟ କ୍ରମେ ହୀରାକୁଦ ଜଳଭଣ୍ଡାରରୁ କ୍ରମେ ଖୋଲିବ ୧୪ଟି ଗେଟ୍‌!

0 153

ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଆଜି ରାତି ୮ଟା ପରେ ପର୍ଯ୍ୟାୟ କ୍ରମେ ଆହୁରି ୯ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବ। ଜଳ ସଂପଦ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଆଜି ସନ୍ଧ୍ୟା ୮ଟା ପରେ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ।

ତେବେ ହୀରାକୁଦ ଜଳଭଣ୍ଡାରରୁ ମୋଟ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀର ତଳିଆ ଅଞ୍ଚଳରେ ଆହୁରି ଦୁର୍ଦ୍ଦଶା ବଢ଼ିବା ଆଶଙ୍କା କରାଯାଉଛି। ମହାନଦୀର ତଳିଆ ଅଞ୍ଚଳରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି। ସମ୍ବଲପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ମହାନଦୀ କୂଳିଆ ଗାଁଗୁଡ଼ିକର ଚିନ୍ତା ବଢ଼ିଛି। କଟକ ଜିଲ୍ଲା ଆଠଗଡ଼, ବାଙ୍କୀ ଓ ନରସିଂହପୁରରେ ବନ୍ୟାଜଳ ସର୍ବାଧିକ କ୍ଷତି କରିଥିବା ଜଣାଯାଇଛି। ବାଙ୍କୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ କ୍ଷତି ସହିଛନ୍ତି।

ଅନ୍ୟ ଏକ କାରଣ ମହାନଦୀର ବନ୍ୟାଜଳ ଯୋଗୁଁ ଏହାର ଶାଖାନଦୀଗୁଡ଼ିକର ଜଳ ନିଷ୍କାସିତ ହୋଇପାରୁ ନାହିଁ। ଶାଖାନଦୀଗୁଡ଼ିକର ଜଳ ପଛ ଘୁଞ୍ଚା ଦେଇ ଗାଁ ଗଣ୍ଡାରେ ପ୍ରବେଶ କରୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ଅନ୍ୟତମ କାରଣ ପାଲଟୁଛି।

Leave A Reply

Your email address will not be published.