Webportal

ହାତୀ ପାଇଁ ଅତିଷ୍ଠ ଜନତା ;ତିନି ଦିନ ବ୍ୟାପି ଗଣ ଧାରଣା ଦେବ ସାମାଜିକ ସୁରକ୍ଷା ମଞ୍ଚ

0 279

ଅନୁଗୁଳ ମାରୱାଡି ଧର୍ମଶାଳା ଠାରେ ସାମାଜିକ ସୁରକ୍ଷା ମଞ୍ଚ ବନ୍ତଳା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବନ୍ତଳା ଅଞ୍ଚଳରେ ଦିନକୁ ଦିନ ବଢୁଥିବା ହାତୀ ସମସ୍ୟାକୁ ନେଇ ଉଦ୍‌ବେଦ ପ୍ରକାଶ ପାଉଛି । ହାତୀ ଜନିତ ସମସ୍ୟା ଦ୍ବାରା ଜୀବନ ଜୀବିକା ଏକ ପ୍ରକାରର ବିପନ୍ନ, ବର୍ତ୍ତମାନ ଛାତ୍ର ଛାତ୍ରୀ ସ୍କୁଲକୁ ଯିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ଚାଷୀଟିଏ କ୍ଷେତ ଯିବାକୁ ମଧ୍ୟ ଡରୁଛି ।ସଂନ୍ଧ୍ୟା ହେଲେ ରାସ୍ତାଘାଟ ଶୂନ୍ ଶାନ୍ ହୋଇଯାଉଛି। ପ୍ରାୟ ଏକ ବର୍ଷ ଭିତରେ କେବଳ ଅନୁଗୋଳ ବ୍ଲକରେ ୩୦ ରୁ ଉର୍ଦ୍ଧ୍ବ ଜୀବନ ହାତୀ ନେଇ ସାରିଲାଣି। ଯେଉଁଥିପାଇଁ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କ ନିକଟରେ ମଞ୍ଚ ଏହାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ କରିବା ପରେ ମଧ୍ୟ ଜିଲ୍ଲା ପ୍ରସାଶନ ରାଜ୍ୟ ପ୍ରସାଶନ ନିଦାବିଷ୍ଣୁ ସାଜିଛି। ଆସନ୍ତା ୧୬ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ପଦ୍ଧତିରେ ଗଣଧାରଣା ଦେବା ପାଇଁ ନିଷ୍ପତି କରିଛି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମଞ୍ଚର କର୍ମକର୍ତା।

Leave A Reply

Your email address will not be published.