Webportal

ହାତୀ ଆକ୍ରମଣରେ ମହିଳା ମୃତ

0 147

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳାଙ୍କର ମୃତ୍ୟ ହୋଇଛି ।ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ,ପାତ୍ରପଡା ପଂଚାୟତ ଖଇରବେରେଣି ଗ୍ରାମର ବତି ପ୍ରଧାନ (୫୦)ଓ ଶୈଳବାଳା ଦେହୁରୀ (୫୫) ରବିବାର ସକାଳେ ବାଲିଝରଣକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହିତ ମୁହାମୁହିଁ ହୋଇଥିଲେ ।ହାତୀକୁ ଦେଖି ବତି ପ୍ରଧାନ ଦୈଡି ପଳାଇ ଯାଇଥିବା ବେଳେ ଶୈଳବାଳାକୁ ହାତୀ ଶୁଣ୍ଢରେ ଟେକି କଚାଡି ମାରିଦେଇଥିଲା ।ଏ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଖାଦେଇଛି ।ସୂଚନା ଯୋଗ୍ୟ ଯେ ଡଙ୍ଗାପଳ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ୧୦ ଦିନରେ ଉର୍ଦ୍ଧ୍ବ ହେବ ୧୪ଟିକିଆ ହାତୀପଲ ରହୁଥିବା ବେଳେ ସଂଧ୍ୟାହେଲେ ଡଙ୍ଗାପାଳ ,ଖଇରବେରେଣୀ ,ଭାଲିଆସର ଆଦି ଗ୍ରାମାଭିମୁଖି ହେବା ସହିତ ବ୍ୟାପକ ଫସଲ ଓ ଗୁହାଳ ଆଦି ଭାଙ୍ଗି ନଷ୍ଟ କରିଦେଉଛନ୍ତି।

Leave A Reply

Your email address will not be published.