Webportal

ହତ୍ୟାକାରୀକୁ ମହିଳା ସାଥୀଙ୍କ ସହ ହୋଟେଲରେ ସମୟ ବିତାଇବା ପାଇଁ ଅନୁମତି ଦେଇ ତିନି ପୁଲିସ କର୍ମୀଚାରୀ ଗିରଫ 

0 145

ହତ୍ୟାକାରୀଙ୍କୁ ଏକ ହୋଟଲରେ ନିଜର ପ୍ରେମିକା ସହ ସମୟ ବିତାୟିବା ପାଇଁ ଛାଡ଼ିବା ଅଭିଯୋଗରେ ତିତି ଜଣ ପୁଲିସ କର୍ମୀ ଗିରଫ ହୋଇଛନ୍ତି। ଏପରି ଘଟଣା କର୍ଣ୍ଣାଟକ ହବଲିରେ ଘଟିଛି। ଏନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି, ତିନି ଜଣ ପୁଲିସ ଅଧିକାରୀ ହୋଟଲ ବାହାରେ ଜଗିଥିଲେ। ଏହି ସମୟରେ ସେଠାରେ ଚଢ଼ାଉ କରି ପୁଲିସ ସେମାନଙ୍କୁ ଗିରଫ କରିଛି।

ପୁଲିସ ଅଧିକାରୀ କହିଛନ୍ତି, ଇରଫାନ ଖାନଙ୍କ ହତ୍ୟା ଘଟଣାରେ ଶନିବାର ଶୁଣାଣି ପାଇଁ ଅଭିଯୁକ୍ତ ବଚ୍ଚା ଖାନକୁ ବଲ୍ଲାରିରୁ ଧାରୱାଡ଼ା ନିଆଯାଉଥିଲ। କୋର୍ଟରେ ହାଜର ହେବା ପରେ ବଚ୍ଚା ଖାନ ପୁଲିସ କର୍ମୀଙ୍କୁ କହିଥିଲା ଯେ ଏକ ହୋଟେଲରେ ତାର ଜଣେ ମହିଳା ସାଥୀଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛି। ଏହି ମହିଳା ସାଥୀ ଜଣଙ୍କ ବେଙ୍ଗାଲୁରୁରୁ ଧାରୱାଡ଼ ଆସିଥିଲେ।

ଏହାପରେ ପୁଲିସ କର୍ମୀମାନେ ତାଙ୍କୁ ହୋଟେଲ ଯିବାକୁ ଅନୁମତି ଦେଇଥିଲେ। ଏମିତିକି ପୁଲିସ କର୍ମୀମାନେ ହୋଟେଲ ବାହାରେ ତାଙ୍କୁ ସୁରକ୍ଷା ଦେଉଥିଲେ। ତେବେ ଏହାର ସୂଚନା ଗୋକୁଲ ରୋଡ୍‌ ପୁଲିସ ପାଇବା ପରେ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ତିନି ପୁଲିସ କର୍ମୀଙ୍କ ସମେତ ବଚ୍ଚା ଖାନ୍‌ ଓ ତାଙ୍କ ମହିଳା ସାଥୀଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ଅଧିକାରୀ କହିଛନ୍ତି, ଇରଫାନ ଖାନ୍ ହତ୍ୟା ମାମଲାରେ ୨୦ ବର୍ଷରୁ ଅଧିକ ସମୟ ବଚ୍ଚା ଜେଲରେ ରହିଥିଲା। ଏବେ ଏହି ମାମଲାରେ ବିଭାଗିୟ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି।

Leave A Reply

Your email address will not be published.