Webportal

ସ୍ୱାମୀ ଲୁଟୁଛି ନିଶା ପାଇଁ ଟଙ୍କା; ସ୍ତ୍ରୀ କାଉନସିଲର ଆଶାୟୀ

0 276

କଣ ହେବ ଏ ଦେଶର? ପାଠକ ବନ୍ଧୁମାନେ ଏ ପ୍ରଶ୍ନ ଉଙ୍କି ମାରୁଛି ଅନୁଗୁଳ ସହରରେ ଏକ ଘଟଣା ଦେଖିବା ପରେ। ଏଠି ଏମିତି ଏକ ନାରୀନେତ୍ରୀଙ୍କୁ ଦେଖିବାକୁ ମିଳୁଛି ଯାହାର କି ଲୋକସମ୍ପର୍କ ଭଲ ଓ ସମ୍ଭବତଃ ସେ ଆଗାମୀ ମ୍ୟୁନିସିପାଳିଟି ନିର୍ବାଚନରେ କାଉନସିଲର ପ୍ରାର୍ଥୀ ହେବାକୁ ଆଶାୟୀ।କିନ୍ତୁ ଅପରପକ୍ଷରେ ତାଙ୍କ ସ୍ୱାମୀଙ୍କୁ ନିଶା କରିବାକୁ ଲୋକଙ୍କ ଠାରୁ ଟଙ୍କେ ଟଙ୍କେ ଧମକ ଦେଇ ନେବାକୁ ପଡୁଛି।ଯାହାର ଅଭିଯୋଗ ଲୋକେ ଡରରେ କରୁନାହାନ୍ତି।ସେପଟେ ଯଦି ଉକ୍ତ ନେତ୍ରୀ ନିଜ ଲୋକସମ୍ପର୍କ ପାଇଁ ଭବିଷ୍ୟତରେ ନିର୍ବାଚନ ଜିତିଯାନ୍ତି ତାହାହେଲେ ସହରରେ ତାଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ ବଢିବା ନିଶ୍ଚିତ ଏବଂ ଶାସନ କେମିତି ଚାଲିବ ଏହା ଅନୁମେୟ।ଆମେ ଏଠି ଉକ୍ତ ନାରିନେତ୍ରୀଙ୍କ ରାଜନୈତିକ ଭବିଷ୍ୟତ କୁ ଆଖିରେ ରଖି କାହାର ନାଁ ପ୍ରକାଶ କରୁନାହଁ।ଆଶା କରୁଛୁ ସେ ତାଙ୍କ ସ୍ୱାମୀଙ୍କୁ ଠିକ ବାଟରେ ଆଣିବା ସହ ନିଜ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସକ୍ଷମ ହେବେ। ଦେଶରେ ଏହା ଏକ ଅତିଛୋଟ ଉଦାହରଣ ମାତ୍ର।

Leave A Reply

Your email address will not be published.