Webportal

ସ୍ତ୍ରୀ କହିଲା ପରିବା ଆଣିଦିଅ; ଚୁଟି ଘୋଷାରି ପିଟିଲା ସ୍ବାମୀ

0 147

ଯୁଗ ଯେତେ ବଦଳିଲେ ବି କେଉଁଠି ନା କେଉଁଠି ନାରୀ ଉପରେ ପୁରୁଷର ଅତ୍ୟାଚାରର ଲଜ୍ଜାକର ଚିତ୍ର ଦେଖିବାକୁ ମିଳୁଛି। ଗାଜିଆବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପରିବା ଆଣିବାକୁ କହିବାରୁ ସ୍ବାମୀ ଜଣକ ରାସ୍ତା ମଝିରେ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ‌ଅଭିଯୋଗ ହୋଇଛି। ଏ ସମସ୍ତ ଘଟଣା ସ୍ଥାନୀୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି।

ଘଟଣାଟି ହେଉଛି ଗାଜିଆବାଦ୍‌ର କବି ନଗର ପୁଲିସ୍‌ ଷ୍ଟେସନ୍‌ ଅଧୀନସ୍ଥ ମହେନ୍ଦ୍ର ଏନ୍‌କ୍ଲେଭ୍‌ ପରିସରର। ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିବା ସିସିଟିଭି ଫୁଟେଜ୍‌ରୁ ଜାଣିବାକୁ ମିଳିଛି।

ପୀଡ଼ିତା ଜଣକ ହେଉଛନ୍ତି ଆରୋହୀ ମିଶ୍ର। ସେ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି ଯେ ‘ମୋ ସ୍ବାମୀ ମଦ ପିଇ ଘରକୁ ଫେରିଥିଲେ। ମୁଁ କାମ କରି କରି ଥକି ଯାଇଥିଲି। ସେଥିପାଇଁ ଘରେ ପରିବା ନଥିବାରୁ ମୁଁ ତାଙ୍କୁ ପରିବା ଆଣିବାକୁ କହିଲି। ମାତ୍ର ସେ ପରିବା ଆଣିବା ପରିବର୍ତ୍ତେ ମୋତେ ବାଡ଼େଇବା ଆରମ୍ଭ କରିଦେଲେ। ମୁଁ ନିଜକୁ ସୁରକ୍ଷା ଦେବା ପାଇଁ ଘର ଭିତରୁ ବାହାରକୁ ପ‌‌ଳେଇ ଆସିଲି। ମାତ୍ର ସେ ମୋ ପଛେ ପଛେ ବାହାର ପର୍ଯ୍ୟନ୍ତ ଆସି ମୋତେ ମାରିବାକୁ ଲାଗିଲେ। ସେ ରାସ୍ତା ମଝିରେ ମୋ ଚୁଟି ଘୋଷାରି ମୋତେ ମାରିଲେ।। ମୁଁ ୧୧୨କୁ କଲ୍‌ କରିବାକୁ ବାହାରିଲାରୁ ସେ ମୋ ଫୋନ୍‌କୁ ତଳେ କଚାଡ଼ି ଭାଙ୍ଗି ଦେଲେ।’

Leave A Reply

Your email address will not be published.