Webportal

ସ୍କୁଲ କଲେଜ ଖୋଲିବା ନିଷ୍ପତି ପୂଜା ଛୁଟି ପର୍ଯ୍ୟନ୍ତ ଟଳିଲା

0 313

ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ପରିଚାଳନାର ସମୀକ୍ଷା କରିବା ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ-କଲେଜଗୁଡ଼ିକୁ ପୂଜା ଛୁଟି ପର୍ଯ୍ୟନ୍ତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବରୁ ତିରିଶ ପ୍ରତିଶତ ସିଲାବସ କମ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିଲେ। ପ୍ରକାଶଯୋଗ୍ୟ ଯେ କରୋନା ମହାମାରୀ କାରଣରୁ ଚଳିତ ଶିକ୍ଷା ବର୍ଷରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଆରମ୍ଭରୁ ଏ ପର୍ଯ୍ୟନ୍ତ ଖୋଲିନାହିଁ।

Leave A Reply

Your email address will not be published.