Webportal

ସ୍କୁଲ କର୍ତ୍ତୃପକ୍ଷଙ୍କ ଦବଙ୍ଗଗିରି:ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାନସିକ ଯାତନା

0 552

ଆଜି ସିବିଏସଇ ମାଟ୍ରିକ ପରୀକ୍ଷା ଆରମ୍ଭ ହେଲା।ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ ପରୀକ୍ଷା ସମୟରେ ଶୌଚାଳୟ ଯିବା ମନା, ପାଣି ବୋତଲ ମନା, ପେନ୍ସିଲ ବକ୍ସ ମନା ଆଦି ଅନେକ ବାରଣ କରି ଦବଙ୍ଗଗିରିର ପରିଚୟ ଦେଇଛନ୍ତି ଆଜି ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ର କର୍ତ୍ତୃପକ୍ଷ। କିନ୍ତୁ ଏଭଳି ଘଟଣା ଘଟିଗଲା ଯାହା ଅମାନବିକତା ର ଚରମସିମା ର ଅନନ୍ୟ ଉଦାହରଣ।ଅନୁଗୁଳ ଜିଲ୍ଲାର ଓପି ଜିନ୍ଦଲ ସ୍କୁଲର ପରୀକ୍ଷାର୍ଥୀ ମାନଙ୍କର ଏଥର ପରୀକ୍ଷା କେନ୍ଦ୍ର ହେଉଛି ଅନୁଗୁଳ ସହର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ। ଆଜି ପ୍ରଥମ ଦିବସର ପରୀକ୍ଷାର ବିଷୟ କମ୍ପୁଟର ଥିଲା। ଯାହାପାଇଁ ଓପି ଜିନ୍ଦଲ ସ୍କୁଲର ଜଣେ ଛାତ୍ର ଟ୍ରାଫିକ କାରଣରୁ ନିର୍ଦ୍ଧାରିତ ସମୟ ଠାରୁ ପାଞ୍ଚ ମିନିଟ ବିଳମ୍ବରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥିତ ପରୀକ୍ଷା
କେନ୍ଦ୍ରରେ ପହଣ୍ଡିଥିଲା।ମାତ୍ର ଛାତ୍ରକୁ ପରୀକ୍ଷା ଦେବାକୁ ଫାଟକ ଭିତରକୁ ଛଡ଼ାଗଲା ନାହିଁ।ସ୍ୱାଭାବିକ ଭାବରେ ଛାତ୍ର ଜଣକ କାନ୍ଦିବାକୁ ଲାଗିଲା ଓ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା।ପରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ହସ୍ତକ୍ଷେପ ପରେ ଦୀର୍ଘ ପ୍ରାୟ ଏକ ଘଣ୍ଟା ପରେ ଛାତ୍ରକୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା ।କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏ ଆଚରଣ ଦବଙ୍ଗଗିରିର ପରିଚୟ ନିଶ୍ଚୟ ଭାବେ ଯାହା ଏକ ଛାତ୍ରର ଭବିଷ୍ୟତ ଏବଂ ଜୀବନ ସହ ଖେଳିବାର ଦୁଃସାହସ ଶିକ୍ଷାଦାନ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା।ଏ ଘଟଣା ପାଇଁ ଯିଏ ଦାୟୀ ତାକୁ ତଦନ୍ତ କରି ନିଲମ୍ବନ କରିବାର ଆବଶ୍ୟକ ରହିଛି।

Leave A Reply

Your email address will not be published.