Webportal

ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗର ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଛତିଶା ନିଯୋଗ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

0 157

ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରା କୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁ ରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି ।ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ସଂଯୋଗ। ଗୋଟିଏ ଦିନରେ ୩ ଟି ନୀତି ସହ ରଥଯାତ୍ରା କାମ ସମ୍ପନ୍ନ ହେବ ।ଏହାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ।ମହାପ୍ରଭୁଙ୍କ ଅପାର କରୁଣାରୁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ହୋଇଛି। ଏ ସବୁ ପ୍ରଭୁ ଙ୍କ ଇଛା।ସେ ପୁଣି କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶିର୍ବାଦରେ ରାଜ୍ୟ, ଦେଶ ତଥା ଏ ଦୁନିଆ ଚାଲିଛି ।ଏହି ବିରଳ ରଥଯାତ୍ରା ମହାପ୍ରଭୁଙ୍କ ଆଶିର୍ବାଦ ଓ ଆପଣ ମାନଙ୍କ ସହଯୋଗରେ ନିଶ୍ଚିତ ରୂପେ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।ଛତିଶା ନିଯୋଗ ର ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ କହିଲେ ଯେ, ଆମ ସେବକ ମାନଙ୍କ ପ୍ରତି ନୂଆ ସରକାରଙ୍କ ଆତ୍ମୀୟତା ଭାବ ଯୋଗୁ ଆମେ ବହୁତ୍ ଖୁସି ଓ ଆନନ୍ଦିତ।ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ଆଇନ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ ମଧ୍ଯ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସଦସ୍ୟ ମାନଙ୍କୁ ନିବେଦନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସେବାୟତ ମାନଙ୍କୁ ବୈଠକକୁ ସ୍ବାଗତ କରିଥିଲେ।

Leave A Reply

Your email address will not be published.