Webportal

ସୁଧୁରୁନାହାନ୍ତି ଚାଳକ, ରାସ୍ତା ଅତିକ୍ରମ ସମୟରେ ଗାଡି ଚଢି ବୃଦ୍ଧା ମୃତ

0 340

ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ମାଧିଆମୁଣ୍ଡା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା ଅତିକ୍ରମ କରୁଥିବା ସମୟରେ ଟ୍ରକ ଚଢି ଘଟଣା ସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ୍ୟୁ। ଧକ୍କା ଦେଇ ଟ୍ରକ ଟି ଫେରାର୍। ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ମହୀଧରପୁର ମାଧିଆମୁଣ୍ଡାର ଅତର ସାହୁ (୬୦) । ସୂଚନା ମୁତାବକ ସନ୍ଧ୍ୟା ସମୟରେ ହିନ୍ଦୋଳ ଆଡୁ ମହିଧରପୁର ଆଡକୁ ଆସୁଥିବା ଏକ ଟ୍ରକ ବୃଦ୍ଧାଙ୍କ ଉପରେ ଚଢି ଯାଇଥିଲା,ଫଳରେ ଘଟଣା ସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ରାଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଲୋକମାନେ।

Leave A Reply

Your email address will not be published.