Webportal

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା: ଧରାପଡିବେ କି ଅସଲ ଖଳନାୟକ

0 640

ଅନୁଗୁଳ ଜିଲ୍ଲା ପୋଲିସ ନିଜର ସଫଳତାକୁ ଜାରି ରଖି ସାମ୍ବାଦିକ ହିମାଂଶୁ ଗଡନାୟକଙ୍କୁ ବିଚ ରାସ୍ତାରେ ମାଡ ମାରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ମାନଙ୍କର ଶାସକ ଦଳର କୋଇଲା ବେପାରୀ ନେତା ଓ ବିଧାୟକ ମାନଙ୍କ ସହ ନିବିଡ଼ ସମ୍ପର୍କ ଥିବା ଜଣାପଡିଛି। ଏହି ଆକ୍ରମଣର ସମ୍ବନ୍ଧ ମଧ୍ୟ କୋଇଲା ବେପାର ସହିତ ଜଡ଼ିତ।

ଏଣୁ ଗିରଫ ଅଭିଯୁକ୍ତ ମାନେ କେବଳ ମୋହରା ଓ ଅସଲ ଖଳନାୟକ ପରଦା ପଛରେ ଥିବାର ଆଶଙ୍କା ରହିଛି ଯାହାର ଇଙ୍ଗିତରେ ଆକ୍ରମଣ ହୋଇଥିଲା।ନିଜ କର୍ତବ୍ୟ ସମ୍ପାଦନ କରିବାକୁ ପଛଘୁଞ୍ଚା ଦେଉନଥିବା ଜିଲ୍ଲାର ପୋଲିସ ରାଜନୈତିକ ଚାପରେ ଚୁପ ରହିଯିବ ନା ଘଟଣାର ମୂଳ ପର୍ଯ୍ୟନ୍ତ ପହଂଚିପାରିବ ତାହା ସମୟ ହିଁ କହିବ।

Leave A Reply

Your email address will not be published.