Webportal

ସାଧାରଣରେ ଚର୍ଚ୍ଚା ଜୋର:ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ହାତରେ ଟାମଡା(TAMDA): ସାଧାରଣ ଲୋକଙ୍କ ଶାନ୍ତିରେ ନିଶ୍ୱାସ ନେବା ପାଲଟିଛି ସ୍ବପ୍ନ

0 454

ଶୀର୍ଷକ ଭଳି ସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ଆଲୋଚନା ମଧ୍ୟ ସତ୍ୟ ଲାଗୁଛି। ଅନୁଗୁଳ ଓ ଆଖପାଖ ଅଞ୍ଚଳରେ ଯୋଜନାବଦ୍ଧ ଭାବେ ନିର୍ମାଣ କାର୍ଯ୍ୟ କରିବା ର ମୁଖ୍ୟ ଉଦ୍ଧେଶ୍ୟ ନେଇ ଗଠନ ହୋଇଥିଲା ଟାମଡା। ଯା ଦ୍ୱାରା ନୂଆକରି ଗଢ଼ିଉଠୁଥିବା ଆବାସିକ ଓ ବ୍ୟବସାୟିକ କୋଠା ଗୁଡିକ ସମୁଦାୟ ଜାଗାର ନିର୍ଧାରିତ ପରିଧିରେ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ସହ ଯାନବାହନ ରଖିବା ବା ପାର୍କିଂ ପାଇଁ ନିର୍ଧାରିତ ଜାଗା ଛାଡିବେ। ତା ସହିତ ସରକାରଙ୍କ ଦ୍ୱାରା ବ୍ୟବସାୟ ପାଇଁ ନିର୍ଧାରିତ ଅଂଚଳରେ କେବଳ ବ୍ୟବସାୟିକ ନିର୍ମାଣ ଏବଂ ବାସସ୍ଥାନ ପାଇଁ ନିର୍ଧାରିତ ଅଂଚଳରେ କେବଳ ବାସ ଉପଯୋଗୀ ଗୃହ ନିର୍ମାଣ ହେବା କଥା।

କିନ୍ତୁ ଏମିତି କିଛି ଦେଖିବାକୁ ମିଳୁନାହିଁ।ନିୟମକୁ ଫୁ କରି ଅସଂଖ୍ୟ ନିର୍ମାଣ କାର୍ଯ୍ୟ ହେଇଆସୁଛି।ଏହା ବିଭାଗୀୟ ସହଯୋଗ ବିନା ଆଦୌ ସମ୍ଭବ ନୁହେଁ।ଯାହା ଫଳରେ ଅଞ୍ଚଳର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଲୋକଙ୍କ ପାଇଁ ମୁକ୍ତ ପରିବେଶରେ ନିଶ୍ୱାସ ନେବା ସ୍ବପ୍ନ ପାଲଟିଛି। ଯାହା ଅଞ୍ଚଳବାସୀଙ୍କ ବଞ୍ଚିବାର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି।

ଏବେ ସାଧାରଣ ଲୋକେ ଆରମ୍ଭରୁ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ଥିବା ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ ଦ୍ୱାରା ଟାମଡା ଦ୍ୱାରା ହୋଇଥିବା ଅକ୍ଷମଣୀୟ ଭୁଲ କୁ ସୁଧାରି ଅଞ୍ଚଳକୁ ବ୍ୟବସ୍ଥିତ କରିବାକୁ ଆଶା ରଖିଛନ୍ତି।ଏଥିରେ ନୂତନ ନିର୍ମାଣ ଆଇନ ଅନୁଯାୟୀ ହେବା ସହ ଅସାଧୁ ନୀତି ପ୍ରୟୋଗ କରି ଗଢି ଉଠିଥିବା ଅଟାଳିକା ଗୁଡିକ ଭାଙ୍ଗିବା ନିହାତି ଆବଶ୍ୟକ।ନଚେତ ଅଞ୍ଚଳ କେବେ ବି ବ୍ୟବସ୍ଥିତହୋଇପାରିବ ନାହିଁ।

 

 

Leave A Reply

Your email address will not be published.