Webportal

ସରକାରୀ ଯୋଜନା କୁ ବେଖାତିର, ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ, ଛାତ୍ର ଛାତ୍ରୀ ଏକ କିଲୋମିଟର ଯାଉଛନ୍ତି ପାଣି ପିଇବା ପାଇଁ

0 167

ଆଶ୍ଚର୍ଯ୍ୟ ହେଲେ ବି ସତ, ବିଦ୍ୟାଳୟ ଅଛି କିନ୍ତୁ ପାନୀୟ ଜଳ ନାହିଁ।ପାନୀୟ ଜଳ ପାଇଁ ଛାତ୍ର ଛାତ୍ରୀ ଏକ କିଲୋମିଟର ଯାଉଛନ୍ତି।ଏ ହେଲା ବାସ୍ତବ ଚିତ୍ର ଉପାନ୍ତ ଅଞ୍ଚଳରେ ଶିକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥାର ଆନ୍ତରିକତା।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଉପାନ୍ତ ତଥା ମାଓ ପ୍ରବଣ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚେରକା ପ୍ରାଥମିକ ବିଦ୍ୟାଳୟରେ।ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ପିଲାଙ୍କୁ ପାନୀୟ ଜଳ ଯୋଗାଇ ଦେବାର ନିୟମ ଅଛି।ଏହି ବିଦ୍ୟାଳୟରେ ଥିବା ଏକମାତ୍ର ନଳକୂପ ରୁ ଗୋଳିଆ ପାଣି ବାହାରିଥାଏ ଯାହା ପିଇବା ପାଣି ଯୋଗ୍ୟ ନୁହେଁ।ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିଦ୍ୟାଳୟରେ ଶୁଦ୍ଧ ପାଣିର ଆବଶ୍ୟକତା କୁ ନେଇ ଏକ ନଳକୂପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା କିନ୍ତୁ ଆଜିଯାଏ ତାହା ଶେଷ ହେଲା ନାହିଁ କି ବିଶୁଦ୍ଧ ପାନୀୟ ଜଳର ସୁବିଧା ଯୋଗାଇଦିଆ ଗଲାନାହିଁ।ସମସ୍ୟା ର ସମାଧାନ ପାଇଁ ସରପଞ୍ଚ, ପିଇଓ, ବ୍ଲକ ଶିକ୍ଷା ଅଧିକାରୀ ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗୁହାରି କରି କରି ଥକି ଯାଇଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଛାତ୍ର ଛାତ୍ରୀ। ଦେଖିବାକୁ ରହିଲା କେବେ ପ୍ରଶାସନିକ ଅଧିକାରୀ ମାନେ ନିଜ ଦାଇତ୍ୱ ସମ୍ପାଦନ କରିବା ପାଇ ଆନ୍ତରିକତା ଦେଖାଉଛନ୍ତି ଯା ଫଳରେ କୁନି କୁନି ପିଲାମାନେ ପାଣି ପିଇବାକୁ ଏକ କିଲୋମିଟର ଚାଲିକରି ଯିବାର ନିସ୍ତାର ପାଇବେ।

Leave A Reply

Your email address will not be published.