Webportal

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ

0 105

ପରୀକ୍ଷା ପୂର୍ବରୁ ଲିକ୍ ହେଲା ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏନେଇ ଅଭିଯୋଗ ଆସିବା ପରେ +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜିର ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି।

ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ ସୂଚନା ଦେଇଛନ୍ତି।

ସେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥାକୁ ସ୍ୱୀକାର କରିବା ସହ କହିଛନ୍ତି, ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି, ତେଣୁ ଆଜି ହେବାକୁ ଥିବା ଏଜୁକେସନ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି।ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କେବେ ପୁଣି ଏହି ପରୀକ୍ଷା କରାଯିବ ସେନେଇ ପରେ ସୂଚନା ଦିଆଯିବ ବୋଲି କୁଳପତି କହିଛନ୍ତି।

Leave A Reply

Your email address will not be published.