Webportal

ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ

0 177

ବ୍ରହ୍ମପୁରରେ ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ।ବଡ଼ବଜାର ଥାନା ସପ୍ତମ ଗଳିରେ ଘରେ ଶ୍ରାଦ୍ଧ ଦିଆଯିବା ବେଳେ ଅଘଟଣ।ଛୁରାମାଡ଼ରେ ୧୩ ବର୍ଷର ଭଉଣୀ ମୃତ, ଅନ୍ୟ ଜଣେ ଭାଇ ଗୁରୁତର।ଛୁରାମାଡ଼ର କାରଣ ଅସ୍ପଷ୍ଟ, ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର।୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ବଡ଼ବଜାର ଥାନା ସପ୍ତମ ଗଳିରେ ରହୁଥିବା ନିଜ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଆସିଥିଲେ। କାରଣ ତାଙ୍କ ଘରେ ଚାଲିଥିଲା ଶ୍ରାଦ୍ଧ ପୂଜା। ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ପ୍ରଯୋକ୍ତା, ଭାଇ ଆୟୁଷ୍ମାନ ଓ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ। ହଠାତ୍‌ ଚିତ୍କାର ଶୁଣି ପରିବାର ଲୋକେ ଉପହ ମହଲାକୁ ଧାଇଁ ଯାଇଥିଲେ।ସେତେବେଳେ ଚଟାଣରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିଲେ ପ୍ରଯୋକ୍ତା ଓ ଆୟୁଷ୍ମାନ। ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁରୀ ମାଡ଼ ହୋଇଥିଲା। ହେଲେ ନଥିଲେ ଆଶୁତୋଷ। ସିଏ କୁଆଡ଼େ ଉଉଣୀ ଓ ଭାଇକୁ ଛୁରା ମାଡ଼ କରି ଚମ୍ପଟ ମାରିଛନ୍ତି। ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆୟୁଷ୍ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେ ଗଜନକ ରହିଛି।ଡାକ୍ତରଙ୍କ ପରାମର୍ଶରେ ଆୟୁଷ୍ମାନଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବଡ଼ବଜାର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ଦିନରେ କେଉଁ କାରଣରୁ ଛୁରା ମାଡ଼ ହେଲା, ତାହା ଉପରେ ପୁଲିସ୍ ତଦନ୍ତ ଚଳାଇଛି। ସେପଟେ ଛୁରା ମାଡ଼ କରି ଆଶୁତୋଷ ପଳାଇବାକୁ ଚେଷ୍ଟା କରୁଥିଲା। ହେଲେ ହିଞ୍ଜିଳିକାଟୁ ପୋଚିଲିମା ନିକଟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲା ଆଶୁତୋଷ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ତାକୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

Leave A Reply

Your email address will not be published.