Webportal

ସମାଜବାଦୀ ପାର୍ଟିକୁ ମଝଭୁତ କରିବା ପ୍ରକ୍ରିୟାସ୍ୱରୂପ ୟୁପି ରାଜ୍ୟ ସଭାପତିଙ୍କ ବ୍ୟତୀତ ଅଖିଳେଶ ଯାଦବ ଦଳର ସମସ୍ତ ୟୁନିଟକୁ କଲେ ବିଲୋପ

0 122

ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦଳର ସମସ୍ତ ୟୁନିଟ୍ ବିଲୋପ କରିଛନ୍ତି। ତେବେ ସେ କେବଳ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶ ସଭାପତିଙ୍କୁ ଛାଡିଛନ୍ତି। ସମାଜବାଦି ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି ଯେ ସମସ୍ତ ଯୁବ ସଂଗଠନ ସମେତ ଜାତୀୟ, ରାଜ୍ୟ, ଜିଲ୍ଲା କାର‌୍ୟ୍ୟନିର୍ବାହୀ, ମହିଲା ସଭା, ଅନ୍ୟ ସମସ୍ତ କୋଷର ଜାତୀୟ ସଭାପତି, ରାଜ୍ୟ ସଭାପତି, ଜିଲ୍ଲା ସଭାପତି ବିଲୋପ ହୋଇଛନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଏହାର ରିପୋର୍ଟରେ ଦଳର ମୁଖପାତ୍ରଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏସପି ସଭାପତି ରାଷ୍ଟ୍ରୀୟ କାର‌୍ୟ୍ୟନିର୍ବାହୀ ତଥା ରାଜ୍ୟ କାର‌୍ୟ୍ୟନିର୍ବାହୀକୁ ଦଳର ଉତ୍ତରପ୍ରଦେଶ ୟୁନିଟ୍ ସଭାପତି ନରେଶ ଉତ୍କଳ ପଟେଲଙ୍କ ବ୍ୟତୀତ ସମସ୍ତ ସଂଗଠନର ସମସ୍ତ ୟୁନିଟ୍ ସହିତ ବିଲୋପ କରିଛନ୍ତି। ଯଦିଓ ଦଳ ଏହାର କୌଣସି କାରଣ ସ୍ପଷ୍ଟ କରିନାହିଁ । ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବା ପାଇଁ ଏପରି କରିଥିବାର ଦେଖିବାକୁ ମିିଳିଛି ।

Leave A Reply

Your email address will not be published.