Webportal

ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିକ୍ରି ହେଉଛି ବେଆଇନ ପାଣି ବୋତଲ

0 583

ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଥିବା ବେଳେ ସରକାରୀ ଅଧିକାରୀ ମାନେ କିନ୍ତୁ ବିପରୀତ କାମ କରୁଥିବା ଦେଖାଯାଉଛି।ଏପରିକି ଶିଳ୍ପପତି ମାନେ ସେମାନଙ୍କ ବଳରେ ବଳିୟାନ ହେଇଥିବାର ଦେଖାଯାଉଛି, ସମସ୍ତ ପ୍ରକାର ନିୟମକୁ ଜଳାଞ୍ଜଳି ଦେଇ ଲୋକଙ୍କ ଜୀବନ ସହିତ ଖେଳିବାକୁ ମଧ୍ୟ ପଛାଉନାହାନ୍ତି।ନିକଟରେ ଏପରି ଏକ ଘଟଣା ସାମନାକୁ ଆସିଛି ଯେଉଁଥିରେ ଅନୁଗୁଳ ଜିଲ୍ଲାର ସେଭେନହିଲ ନାମକ ଏକ ବୋତଲ ପାନୀୟ ଜଳ ଯୋଗାଣକାରୀ ସଂସ୍ଥାର ଅନେକ ସିଲ ପାଣି ବୋତଳରେ ପ୍ୟାକିଙ୍ଗ ତାରିଖ ଓ ଧାର୍ଯ୍ୟ ଦର ଲେଖା ନ ଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା।କିନ୍ତୁ ବିଡମ୍ବନା ର ବିଷୟ ଯେ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଭଳି କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳି ନାହିଁ।ଯେଉଁଠି ପାଣି ପରି ପଦାର୍ଥ କୁ ବେପରୁଆ ମନୋଭାବ ସହିତ ବିକ୍ରି କରିବାକୁ ଦିଆଯାଉଛି ସେଠି ଅନ୍ୟ ଉତ୍ପାଦିତ ସାମଗ୍ରୀ ମାନଙ୍କର ଅବସ୍ଥା ଅନୁମେୟ।ଉଭୟ ବ୍ୟବସାୟୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ସାଧୁତାର ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, ନଚେତ କେତେବେଳେ ବି କାର୍ଯନୁଷ୍ଠାନ ଦ୍ୱାରା ଦଣ୍ଡିତ ହେବା ନିଶ୍ଚିତ।

Leave A Reply

Your email address will not be published.