Webportal

ସଂକଳ୍ପ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ଭାବେ ଅନୁଗୁଳର ଦୁଇଜଣ ସାମ୍ବାଦିକ ତ୍ୟାଗବିର ସଂମାନରେ ସଂମାନିତ

0 435

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞାନ କୌଶଳ ଫେଲ ମାରିଛି।ଅନୁଗୋଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଂକଳ୍ପ ସୋସିଆଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଗୋଳ ଜିଲ୍ଲାରେ କଳିଙ୍ଗ ଟିଭିର ଜିଲ୍ଲାପ୍ରତିନିଧି ମାନସ ମିଶ୍ର ଓ କନକ ଟିଭି ର ପ୍ରକାଶ ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ତ୍ୟାଗବୀର ସମ୍ମାନ ରେ ସମ୍ମାନିତ କରିଛନ୍ତି।।କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ।କରୋନା ଭଳି ସାମ୍ପ୍ରତିକ ପରିସ୍ଥିତି ରେ ନିଜ ଜୀବନକୁ ବାଜି ଲଗାଇ କରୋନା ସଚେତନତା ବାର୍ତ୍ତା ବାଣ୍ଟିବା ଓ ଜନସାଧାରଣଙ୍କ ପାଖରେ ଟିକିନିଖି ଖବର ପହଞ୍ଚାଇବାର ପ୍ରମୁଖ ଭୂମିକା ନିଭାଉଥିବାରୁ କରାଯାଇଛି ସମ୍ମାନିତ ବୋଲି ସଂକଳ୍ପ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.