ଶିକାର ବନ୍ଦ ନ କରିବାର ଦୁଃଖଦ ପରିଣାମ ଭୋଗିବାକୁ ପଡ଼ିବ ନିରୀହ ଫରେଷ୍ଟ ଗାର୍ଡ ପରିବାରକୁ ; ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ଶିକାର ବନ୍ଦ ନ କରିବା ଇଛାଶକ୍ତି ଅଭାବରୁ ନୀରିହ କର୍ମଚାରୀ ଶିକାରୀ ଗୁଳିର ଶିକାର। ଯାହାର ପରିଣାମ ଭୋଗିବାକୁ ପଡ଼ିବ ତାଙ୍କ ପରିବାର ଲୋକଙ୍କୁ।ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ ।ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ (୩୭) ।ମୃତ ଫରେଷ୍ଟ ଗାର୍ଡଙ୍କ ସହ ମୋଟ ୧୩ଜଣ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳି ପ୍ରହ୍ଲାଦଙ୍କ ପେଟରେ ବାଜିଥିଲା ।ଫଳରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଫରେଷ୍ଟ ଗାର୍ଡଙ୍କ ଦେହରେ ଗୁଳି ବାଜିବା ପରେ ପରେ ପାଟ୍ରୋଲିଂ କରୁଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ୪ ଜଣ ଶିକାରୀଙ୍କୁ କାବୁ କରିଥିଲେ ।ସୂଚନା ଅନୁଯାୟୀ ଅନ୍ୟ କିଛି ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।ଶିକାରୀଙ୍କ ପାଖରୁ କିଛି ବନ୍ଧୁକ ଜବତ କରାଯିବା ସହ ସେମାନଙ୍କୁ ଅଧିକ ଜେରା କରାଯାଉଛି ।