Webportal

ଲୋକଲଜ୍ୟା ରେ ବଳାତ୍କାର ପୀଡ଼ିତାଙ୍କ ଆତ୍ମହତ୍ୟା ଅଭିଯୋଗ

0 154

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରେଇ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୭ ବର୍ଷ ବୟସ ର ନାବାଳିକା ବଳକ୍ତାର ପରେ ଲୋକଲଜ୍ୟା ରେ ବିଷ ପିଇ ଆତ୍ମହତ୍ୟା କରିଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକ। ମୃତ ନାବାଳିକା ଙ୍କ ମା କହିବା ଅନୁସାରେ ଗତକାଲି ଦିନ ୧୨ ଟା ସମୟରେ ଝିଅ ଝରଣା ସାହୁ ଘର ପାଖ ଝରଣା କୁ ଗାଧେଇବାକୁ ଯାଇଥିଲେ। ସେଠାରେ ସୁଯୋଗ ପାଇ ସରୋଜ ପ୍ରଧାନ ତାଙ୍କୁ ପାଖ ଜଙ୍ଗଲ କୁ ଟେକି ନେଇ ବଳାକ୍ତାର କରିଥିଲା। ଏ ଘଟଣା କୁ ସେଠାରେ ଥିବା ଲୋକ ମାନେ ଦେଖିଥିଲେ। ପରବର୍ତୀ ସମୟରେ ଝିଅ ଝରଣା ଘରକୁ ଆସିଥିଲା ପୋଷାକ ଶୁଖାଇ ସାରିବା ପରେ ଲୋକଲଜ୍ୟା କୁ ଡରି ବିଷ ପିଇ ଦେଇଥିଲା। ଝିଅ ବିଷ ପାଇବା ଜାଣି ପରିବାର ଲୋକ ପ୍ରଥମେ ଖମାର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ବାଟରେ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଏ ନେଇ ପରିବାର ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସରୋଜ ପ୍ରଧାନ ଙ୍କୁ ପୋଲିସ ଅଟକ ରଖିଛି। ଏ ଘଟଣା ରେ ଯିଏ ଦୋଷୀ ତାକୁ ଉଚିତ୍ ଦଣ୍ଡ ମିଳୁ ବୋଲି ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି।

 

Leave A Reply

Your email address will not be published.