Webportal

ରାଜ୍ୟ ଯୋଜନବୋର୍ଡ ଉପାଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ

0 330

ଆଜି ଅପରାହ୍ନ ରେ ଅନଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମା ଜିଲ୍ଲାରେ ମେଗା ପାନୀୟ ଜଳ ଯୋଜନା ର ଅଗ୍ରଗତି ଏବଂ ଖରିଫ ଧାନ ସଂଗ୍ରହ କିଭଳି ବ୍ୟବସ୍ଥିତ ଢଙ୍ଗରେ ହୋଇ ପାରିବ ସେ ବିଷୟରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ହୋଇଛି।ଜିଲ୍ଲାରେ ୬ ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ କେତେ ଅଗ୍ରଗତି ହୋଇଛି ତାହା ସମୀକ୍ଷା କରିଛନ୍ତି। ତା ସହିତ ବାକି ୨ଟି ବ୍ଲକ କୁ ପାନୀୟ ଜଳ ଯୋଜନା ରେ ସାମିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାରେ ବିଭିନ୍ନ ମଣ୍ଡିରେ କିଭଳି ଭାବେ ସୁବ୍ୟବସ୍ଥିତ ଢଙ୍ଗରେ ଧାନ ସଂଗ୍ରହ ହୋଇ ପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। କୋଭିଡ ସମୟରେ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ଅଗ୍ରଗତି ବିଷୟରେ ମଧ୍ୟ ବୁଝିଛନ୍ତି। ଜିଲ୍ଲାରେ ୭୬ ପ୍ରତିଶତ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ଆଗାମୀ ୨୦୨୨ ସୁଦ୍ଧା କିଭଳି ଏହି ମେଗା ପାନୀୟ ଜଳ ଯୋଗାଣ ସମ୍ପୁର୍ଣ୍ଣ ହୋଇ ଲୋକମାନେ ପାଣି ପାଇବେ ସେ ନେଇ ପରାମର୍ଶ ମଧ୍ୟ ଦେଇଥିଲେ।

Leave A Reply

Your email address will not be published.