Webportal

ରାକ୍ଷସ ହେଇଯାଉଛି ମନୁଷ୍ୟ ରାସ୍ତାରୋକ ସମୟରେ:ଆବଶ୍ୟକତା ରହିଛି ନିଜକୁ ସୁଧାରିବାକୁ

0 385

କୌଣସି ସମସ୍ୟାର ସମାଧାନ ପାଇଁ ରାସ୍ତା ଅବରୋଧ କରିବା ଏକ ନିତିଦିନିଆ କଥା ହେଇଗଲାଣି, ଯାହାର ଦୁଷ୍ଗପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି।ଏହାର ଏକ ତାଜା ଉଦାହରଣ ସାମନାକୁ ଆସିଛି।

କାଲି ଅନୁଗୁଳ ଜିଲ୍ଲାର ପାଲଲହଡା ରେ କେନ୍ଦୁପତ୍ର ତୋଳାଳୀ ମାନେ ୬ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ ରାଜରାସ୍ତା ଅବରୋଧ କରି ସରକାରଙ୍କ ବିରୁଦ୍ଧରେ ବିଭୋକ୍ଷ ପ୍ରଦର୍ଶନ କରିଥିଲେ।ଏହି ସମୟରେ ସେମାନେ କୌଣସି ଗାଡି ମୋଟର ଏପରିକି ଆମ୍ବୁଲାନ୍ସ କୁ ମଧ୍ୟ ବାଟ ଛାଡୁନଥିଲେ।ଏହିପରି ଡ୍ରାମା ପ୍ରାୟ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ଜାତୀୟ ରାଜପଥ ୪୯ ଉପରେ ଚାଲିଥିଲା।

ସେହି ସମୟର ଏକ ଭିଡିଓ ସାର୍ବଜନୀନ ହେଇଛି ଯାହାକୁ ଦେଖିଲେ ଜଣାପଡୁଛି ଯେ ବନ୍ଦ ସମୟରେ କିପରି ଏହା କରାଉଥିବା ସାଧାରଣ ଲୋକଟିଏ ଅହଂକାରରେ ନିଜକୁ ପ୍ରବଳ କ୍ଷମତାସାଳି ଅନୁଭବ କରି ରାକ୍ଷସ ପାଲଟିଯାଏ।

ଘଟଣାଟି ଏହିପରି ଜଣେ ବାପା ନିଜ ଛୋଟିଆ ଝିଅଟିକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ମେଡିକାଲ ନେଇ ଯାଉଥିଲେ।କିନ୍ତୁ ଆନ୍ଦୋଳନକାରୀ ମାନେ ନିଜର ଫୁଟାଣିରେ ତାଙ୍କୁ ରାସ୍ତା ଛାଡିନଥିଲେ।ଏହିପରି ଅଧ ଘଣ୍ଟାଏ ରୁ ଅଧିକ ସମୟ ଚାଲିବା ପରେ ପୋଲିସ ଖବର ପାଇ ହସ୍ତକ୍ଷେପ କରି ଉକ୍ତ ଗୁରୁତର ଛୋଟ ଝିଅ କୁ ଚିକିତ୍ସା ପାଇଁ ମେଡିକାଲ ନେବାକୁ ବାଟ ତିଆରି କରିଥିଲା।

ସେହି ଅଧ ଘଣ୍ଟା ମଧ୍ୟରେ ଝିଅର ବାପ ଆଖିରୁ ଲୁହ ଝରିବା ବନ୍ଦ ହେଇ ନ ଥିଲା।ସ୍ୱଭାଭିକ ଭାବେ ଲୋକମାନେ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।କିନ୍ତୁ ଭୟରେ କେହି ସେମାନଙ୍କୁ ରୋଗୀକୁ ରାସ୍ତା ଦେବାପାଇଁ ବୁଝାଇବାକୁ ଚେଷ୍ଟା ନ କରିଥିବା କଥା ଜଣାପଡ଼ିଛି।ଆଶା କରାଯାଉଛି ଯେଉଁମାନେ ନିନ୍ଦା କରିଛନ୍ତି ସେମାନେ ନିଜେ ଯେତେବେଳେ କୌଣସି ଆନ୍ଦୋଳନ କରିବେ ଏପରି ଜଘନ୍ୟ କାର୍ଯ୍ୟ କରିବେ ନାହିଁ।

Leave A Reply

Your email address will not be published.