Webportal

ରାକେଶ ଟିକାୟତଙ୍କୁ ହେପାଜତକୁ ନେଲା ଦିଲ୍ଲୀ ପୋଲିସ

0 132

ଲକ୍ଷ୍ମୀପୁର ଖେରୀରୁ ଦିଲ୍ଲୀ ଆସୁଥିବା କୃଷକ ନେତା ରାକେଶ ଟିକାୟତଙ୍କୁ ଦିଲ୍ଲୀ ପୋଲିସ ନିଜ ହେପାଜତକୁ ନେଇଛି । ଟ୍ୱିଟ୍ କରି ରାକେଶ ଟିକାୟତ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍‌ରେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦମନ କରିପାରିବ ନାହିଁ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ।

ରାକେଶ ଟିକାୟତ ନିଜର କିଛି ସମର୍ଥକଙ୍କ ସହ ଦିଲ୍ଲୀ ଯିବାକୁ ଚାହୁଁଥିଲେ କିନ୍ତୁ ଦିଲ୍ଲୀ ପୋଲିସ ମନା କରିଦେଇଥିଲା, ପରେ ଟିକାୟତ ସମର୍ଥକମାନେ ରାସ୍ତାରେ ବିରୋଧ ଆରମ୍ଭ କରିଥିଲେ, ଏହା ପରେ ଦିଲ୍ଲୀ ପୋଲିସ ସମସ୍ତଙ୍କୁ ମଧୁ ବିହାର ପୋଲିସ ଏସିପି କାର୍ଯ୍ୟାଳୟକୁ ନେଇ ଯାଇଥିଲା ।

ଏକ ଭିଡିଓ ବାର୍ତ୍ତାରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ଦିଲ୍ଲୀରେ କୃଷକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଅଛି କି? ସେ କହିଛନ୍ତି ଯେ ଗାମୁଛା ଓ କମଳ ପିନ୍ଧି କେହି କ’ଣ ଦିଲ୍ଲୀ ଯାଇପାରିବେ ନାହିଁ?

ରାକେଶ ଟିକାୟତ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ଦେଇ କହିଛନ୍ତି କି ସେ ଜନ୍ତରମନ୍ତର ହେଉଥିବା ଆନ୍ଦୋଳନକୁ ଯାଉଥିଲେ । ସେଠାରେ ବେକାରୀ ସମସ୍ୟା ଉପରେ ଏକ ଆନ୍ଦୋଳନ ହେଉଥିଲା । ରାକେଶ ଟିକାୟତ ଆହୁରି କହିଛନ୍ତି ଯେ ଏହା କୌଣସି ରାଜନୈତିକ ଆନ୍ଦୋଳନ ନୁହେଁ କି ମୋ ବ୍ୟାନରରେ ଘଟୁନାହିଁ ।

ଭାରତ କିସାନ ୟୁନିଅନ ନେତା ତଥା କୃଷକ ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ରାକେଶ ଟିକାୟତଙ୍କୁ ଭାରତୀୟ କିସାନ ୟୁନିଅନରୁ ବହିଷ୍କାର କରାଯାଇଛି । ଏଥିସହିତ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ  ଅଧ୍ୟକ୍ଷ କରାଯାଇଛି ।

ବି.କେ.ୟୁ ର ପ୍ରତିଷ୍ଠାତା ସ୍ୱର୍ଗତ ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ, ୧୫ ମଇ ରବିବାର ଦିନ ଲକ୍ଷ୍ନୌର ଆଖୁ କୃଷକ ପ୍ରତିଷ୍ଠାନରେ ବି.କେ.ୟୁ ନେତାଙ୍କ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଟିକାୟତ ଓ ତାଙ୍କ ଭାଇଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଟିକାୟତ ପରିବାର ବିରୋଧରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପରେ ଭାରତୀୟ କିସାନ ୟୁନିଅନରେ ବିଭାଜନ ହେବାର ସଙ୍କେତ ରହିଛି ।

Leave A Reply

Your email address will not be published.