Webportal

ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ।

0 303

ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ।କାହିଁକି ରାତି ଅଧରେ ଶୁଭଲକ୍ଷ୍ମୀ ସେଠାକୁ ଯାଇଥିଲେ, ତା’କୁ ନେଇ ଅନେକ ପ୍ରଶ୍ନ।ହୋଟେଲ ରୁମ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଶନିବାର ମିଳିଥିଲା।କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ପରିବାର ଲୋକଙ୍କ ସୂଚନା ଅନୁସାରେ, ଶୁଭଲଷ୍ମୀ ଗତ ୩ ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ। ଏଠି ସେ କିଛି ସାଙ୍ଗଙ୍କ ସହ ମେସ୍ କରି ରହୁଥିଲେ।ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ଘର ଭଦ୍ରକ କୁଆବାଗ ସାହିରେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ସେ ରମାଦେବୀର ଯୁକ୍ତ ଦୁଇ ଛାତ୍ରୀ ଥିଲେ। ଗତକାଲି କଟକ ରୋଡରେ ଥିବା ହୋଟେଲ୍ ଦୀପାଳି ଇଣ୍ଟରନ୍ୟାସନାଲର ଏକ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏଠାରେ ଏକ ବାର୍ ମଧ୍ୟ ଚାଲିଛି।ହୋଟେଲ୍ ମ୍ୟାନେଜରଙ୍କ କହିବା କଥା, ଶୁଭଲକ୍ଷ୍ମୀ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ରେ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ବର ରୁମ୍ ବୁକ୍ କରି ସେଠାରେ ବିଶ୍ରାମ ନେବାକୁ ଯାଇଥିଲେ। କିନ୍ତୁ ଶନିବାର ସକାଳେ କି ମଧ୍ୟାହ୍ନ ସମୟରେ କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଏହାପରେ ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଆସି ରୁମର କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଶୁଭଲକ୍ଷ୍ମୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.