Webportal

ରବିବାର ରାଜ୍ୟର ରାଜନୈତିକ ତାପମାତ୍ରା ରହିବ ଚରମ ସୀମାରେ

ରବିବାର ଆସୁଛନ୍ତି ଜେ ପି ନଡ୍ଡା ଏଵଂ ପ୍ରଧାନମନ୍ତ୍ରୀ

0 227

ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ନିର୍ବାଚନୀ ଉଷ୍ମତାକୁ ବଢ଼ାଇ ଦେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନରେ ଓ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।ଜେପି ନଡ୍ଡା ଆସନ୍ତାକାଲି ଅପରାହ୍ନରେ ୩ଟାରେ ଭୁବନେଶ୍ୱରରେ ପହଂଚି ଦଳୀୟ ଇସ୍ତାହାରକୁ ଲୋକାର୍ପଣ କରିବେ । ଶ୍ରୀ ନଡ୍ଡା ଅପରାହ୍ନ ସାଢ଼େ ୩ଟାରେ ଓଡ଼ିଶା ପାଇଁ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କୁ ଶ୍ରୀ ନଡ୍ଡା ଲୋକାର୍ପଣ କରି ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ପାଇଁ ରହି ଫେରିଯିବାର କାର୍ଯ୍ୟକ୍ରମ ରହିଛି ।ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ ।  ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି ରାତ୍ରିଯାପନ କରିବାପରେ ୬ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଓ ମଧ୍ୟାହ୍ନ ସାଢ଼େ ୧୨ଟାରେ ନବରଙ୍ଗପୁରର ଚିକିଲି ଛକଠାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ବ୍ରହ୍ମପୁର ଗସ୍ତରେ ଯିବା ପୂର୍ବରୁ ସକାଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କିମ୍ବା ଲିଙ୍ଗରାଜ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାର ସମ୍ଭାବନା ରହିଛି । ଯଦିଓ ଏନେଇ ଦଳ ପକ୍ଷରୁ କିଛି ସୂଚନା ମିଳିନି ତଥାପି ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.