Webportal

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ହତ୍ୟା ଅଭିଯୋଗ

0 634

ଅନୁଗୁଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମର ଆମ୍ବ ତୋଟାରେ ଅାଜି ସକାଳେ ସୁଶୀଲ ଦାସ(୧୯)ନାମକ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି ଯାହାକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ସୁଶୀଲଙ୍କ ବାପା କରୁଣା ଦାସ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ସୁଶୀଲ ବନ୍ତଳା ଥାନା ପୁରୁଣା ଗଡ଼ ବଡଦାଣ୍ଡ ସାହି ସାପ୍ତାହିକ ଶୁକ୍ରବାର ହାଟ ନିକଟକୁ ଦଶହରା ନାଚ ଦେଖିବା ପାଇଁ ଯାଇ ଭୋର ଦୁଇଟାରେ ଘରକୁ ଫେରିବା ପରେ ଟ୍ରଚ୍ଚ ଲାଇଟ୍‌ ଧରି ବାହାରକୁ ଯାଇ ଆଉ ଫେରି ନ ଥିଲେ।ପରେ ମଙ୍ଗଳବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲାି। ପ୍ରେମ ସମ୍ପର୍କକୁ ନେଇ ଯୋଜନାବଦ୍ଧ ଭାବରେ ଏକାଧିକ ଲୋକ ମିଶି ହତ୍ୟା କରିଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

Leave A Reply

Your email address will not be published.