Webportal

ମୋଦିଙ୍କ ନାଁରେ ଭୋଟ ମାଗିଲେ ବିଜେପି ନେତାଙ୍କୁ ଚପଲରେ ପିଟ : ହିନ୍ଦୁ ସେନା ମୁଖ୍ୟ

0 285

ଆଗାମୀ ଦିନରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବା ବେଳେ ରାଷ୍ଟ୍ରୀୟ ହିନ୍ଦୁ ସେନାର ମୁଖ୍ୟ ପ୍ରମୋଦ ମୁଥାଲିକ ରାଜ୍ୟ ବିଜେପି ନେତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କର୍ଣ୍ଣାଟକର ବିଜେପି ନେତାମାନେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଭୋଟ ମାଗୁଛନ୍ତି ବୋଲି ସେ କହିଛନ୍ତି। ଏଥିସହ ମୋଦିଙ୍କ ନାଁ ଓ ଫଟୋ ବ୍ୟବହାର ନ କରି ଏଥର ବିଜେପି ନେତାମାନେ ଭୋଟ ମାଗିବାକୁ ସାହାସ ଦେଖାନ୍ତୁ ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି।

କରୱରରେ ସେ ବିଜେପି ନେତାମାନଙ୍କୁ କହିଛନ୍ତି ଯେ, ଏଥର ଆପଣମାନେ ମୋଦିଙ୍କ ନାଁରେ ଭୋଟ ମାଗନ୍ତୁ ନାହିଁ। ମୋଦିଙ୍କ ଫଟୋ କୌଣସି ବ୍ୟାନର ଓ ପୋଷ୍ଟରରେ ଲଗାନ୍ତୁ ନାହିଁ। ଆପଣମାନେ ବିକାଶ କରିଛନ୍ତି, ଗାଈମାନଙ୍କୁ ଉଦ୍ଧାର କରିଛନ୍ତି ଓ ହିନ୍ଦୁତ୍ୱ ପାଇଁ କାମ କରଛନ୍ତି ବୋଲି ଭୋଟରମାନଙ୍କୁ କୁହନ୍ତୁ। ଯଦି ଆପଣମାନେ କଠିନ ପରିଶ୍ରମ କରିଛନ୍ତି, ତା’ହେଲେ ନିଜ ଛାତିକୁ ବାଡ଼େଇ ଲୋକଙ୍କୁ ଭୋଟ ମାଗନ୍ତୁ ବୋଲି ସେ କହିଛନ୍ତି।

ହିନ୍ଦୁ ସେନା ମୁଖ୍ୟ ମୁଥାଲିକ ବିଜେପିକୁ ଭୋଟ ନ ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ବିଜେପି କେବଳ ମୋଦିଙ୍କ ନାଁରେ ନିର୍ବାଚନ ବୈତରଣୀ ପାର ହେବା ଜାଣିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହିତ ସେ ଲୋକଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ବିଜେପି ନେତା ମାନେ କେବେ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନ ନେଇ ଭୋଟ ମାଗି ପାରିବେ ନାହିଁ। ସେମାନେ ନିଶ୍ଚିତ ଭାବେ ଆପଣମାନଙ୍କ ଘରେ ପହଞ୍ଚିବେ। ସେମାନେ କହିବେ ଯେ ଆପଣମାନେ ମୋଦିଙ୍କୁ ଭୋଟ ଦିଅନ୍ତୁ। ମୋଦିଙ୍କୁ ହିଁ କେବଳ ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରିବେ। କିନ୍ତୁ ଯଦି ସେମାନେ ମୋଦିଙ୍କ ନାଁ ନେବେ, ତା’ହେଲେ ଆପଣମାନେ ସେମାନଙ୍କୁ ଚପଲରେ ପିଟିବେ। ସେମାନେ କୌଣସି କାମକୁ ନୁହନ୍ତି। ରାଜ୍ୟ ବିଜେପିର ନିର୍ବୋଧ ଲୋକମାନେ କେବଳ ମୋଦିଙ୍କ ନାଁ ନେବା ଜାଣିଛନ୍ତି। ହେଲେ ସେମାନେ ନିଜ କର୍ମୀମାନଙ୍କ ସମସ୍ୟାକୁ ବୁଝିପାରୁ ନାହାନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ଭାଗରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଏବେ ଠାରୁ ବିଭିନ୍ନ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବିଜେପି ମଧ୍ୟ ଏଠାରେ ପୁନର୍ବାର ସରକାର ଗଠନ କରିବାକୁ କସରତ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.