Webportal

ମୁଁ ଜଣେ କ୍ରିମିନାଲ ନୁହେଁ, ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ : ଅରବିନ୍ଦ କେଜ୍ରିୱାଲ

0 140

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି “ମୁଁ ଜଣେ କ୍ରିମିନାଲ ନୁହେଁ, ମୁଁ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ”। କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ କେନ୍ଦ୍ର ସରକାର ସ୍ଵୀକୃତି ଦେବାରେ ବିଳମ୍ବ କରିବା ଫଳରେ କିଛି ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜ୍ରିୱାଲ।

ସେ ଆହୁରି କହିଛନ୍ତି ” ମୁଁ ଏ ଦେଶର ଜଣେ ସ୍ଵାଧୀନ ନାଗରିକ। କାହିଁକି ମୋ ଗସ୍ତକୁ ଅଟକା ଯାଉଛି। ସିଙ୍ଗାପୁର ସରକାର ଦିଲ୍ଲୀ ମଡେଲ ବିଷୟରେ ଜାଣିବା ପାଇଁ ମତେ ଡାକିଛନ୍ତି। ସାରା ବିଶ୍ୱରେ ଦିଲ୍ଲୀ ମଡେଲ କୁ ଏହା ମାଧ୍ୟମରେ ଲୋକ ଜାଣିବେ। ଆପଣ କାହିଁକି ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ଗସ୍ତକୁ ଅନୁମତି ଦେଉ ନାହାନ୍ତି।”ଏନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅବଗତ ମଧ୍ୟ କରିଛନ୍ତି।

ସୂଚନା ଅନୁସାରେ ଅରବିନ୍ଦ କେଜ୍ରିୱାଲ ଙ୍କୁ ସିଙ୍ଗାପୁର ରେ ହେଉଥିବା ‘ୱାଲ୍ଡ ସିଟି ସବମିଟ’ କୁ ନିମନ୍ତ୍ରଣ କରାଯାଇଛି। ଯାହାକି ଅଗଷ୍ଟ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଇଛି। କେଜ୍ରିୱାଲ ପ୍ରାୟ ଏକ ମାସ ଆଗରୁ ଭାରତ ସରକାରଙ୍କୁ ଏହି ଗସ୍ତ ନେଇ ଅନୁମତି ମାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଅନୁମତି ମିଳିନାହିଁ।

Leave A Reply

Your email address will not be published.