Webportal

ମାଟି ଭର୍ତ୍ତୃ କରିବାରେ ଠକାମୀର ପରିଣାମ:ପୁଣି ଦବିଲା ମାଟି

0 257

ଭୂତଳ କୋଇଲା ଖଣିରେ ସୃଷ୍ଟି ଗର୍ତକୁ କୋଇଲା ଉତ୍ତୋଳନ ପରେ ଠିକ ଭାବେ ବାଲି ଦ୍ୱାରା ଭର୍ତ୍ତି ନ କରାଯିବା ର ଦୁସପରିଣାମ ବାରମ୍ବାର ମାଟି ଦବିବା ଫଳରେ ସାମ୍ନାକୁ ଆସୁଛି, ଯାହା କେତେ ଘାତକ ହୋଇପାରେ ତାହା ଅକଳ୍ପନିୟ। ଅନୁଗୁଳ ଜିଲ୍ଲାର ତାଳଚେରରେ ଆଜି ପୁଣି ଦବିଲା ମାଟି। ଭୟଭୀତ ଅବସ୍ଥାରେ ସାଧାରଣ ଲୋକେ। ତାଳଚେରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ଦେଉଳବେଡା ତେଲି ସାହି ୧୮ନ ୱାର୍ଡ ନିକଟସ୍ଥ ବିଲରେ ପ୍ରାୟ ୩୫ଫୁଟ ଚଉଡା ଏବଂ ୫୦ ଫୁଟ ଗଭୀର ବିଶିଷ୍ଠ ଏକ ବିରାଟ ବଡ଼ ଗର୍ତ ସୃଷ୍ଟି ହୋଇଛି ବୋଲି ଆକଳନ କରାଯାଉଛି । ସେ ପାଖକୁ ଯିବାପାଇଁ କେହି ସାହସ କରି ପାରୁନାହାନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ଭୟ ସୃଷ୍ଟି ହେବା ସହ ଉତେଜନା ମଧ୍ୟ ସୃଷ୍ଟି ହୋଇଛି।

Leave A Reply

Your email address will not be published.