Webportal

ମମତାଙ୍କୁ ଆଲ୍ଲାଙ୍କ ସହ ତୁଳନା: ବିବାଦରେ ଟିଏମ୍‌ସି ବିଧାୟକ

0 116

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲ୍ଲାଙ୍କ ସହ ତୁଳନା କରି ଅଡ଼ୁଆରେ ପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ଡକ୍ଟର ନିର୍ମଳ ମାଜି। ମାଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଲିକତା ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି, ବିଧାୟକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲ୍ଲାଙ୍କ ସହ ତୁଳନା କରିଛନ୍ତି। ଏହାଦ୍ବାରା ମୁସଲମାନ ସମ୍ପ୍ରଦାୟର ଭାବନାକୁ କ୍ଷତି ପହଞ୍ଚିଛି।

ହାଓଡ଼ା ଜିଲ୍ଲା ଉଲବେଡ଼ିଆର ତୃଣମୂଳ ବିଧାୟକ ଡ ନିର୍ମଳ ମାଜି ନିକଟରେ ମମତାଙ୍କୁ ମାତା ଶାରଦାଙ୍କ ଅବତାର ବୋଲି ବର୍ଣ୍ଣନା କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଆଲ୍ଲାଙ୍କ ସହ ତୁଳନା କରିଥିବା ଅଭିଯୋଗ ହୋଇଛି। ମାଜିଙ୍କ ବିରୋଧରେ ଏହି ଆବେଦନ ପୂର୍ବତନ ବିଜେପି ନେତା ତଥା ଆଡ଼ଭୋକେଟ ନାଜିଆ ଇଲାହି ଖାନଙ୍କ ଦ୍ବାରା ଦାଖଲ କରାଯାଇଛି।

Leave A Reply

Your email address will not be published.