Webportal

ଭୁବନେଶ୍ୱରରେ ଘରେଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ

0 179

ଭୁବନେଶ୍ୱର ମହାନଗର ନିଗମ ସ୍ମାର୍ଟ ସିଟିର ଘରେ ଘରେ ଡିଜିଟାଲ ଡୋର ସିଷ୍ଟମ ଅର୍ଥାତ ଘର ନମ୍ବର ପରିବର୍ତ୍ତେ ଆଧୁନିକ ନମ୍ବର ବ୍ୟବହାର କରିବାକୁ ଯୋଜନା କରିବାକୁ ଯୋଜନା କରୁଛି ଯା ଫଳରେ ରାଜଧାନୀ ରେ ଆଉ ଘର ଖୋଜିବାକୁ ଅସୁବିଧା ହେବନି।ପୂର୍ବରୁ ଘର ସଂଖ୍ୟା ଅନୁଯାୟୀ ଖୋଜି ପାଇବା କାଠିକର ପାଠ ହେଉଥିଲା।କିନ୍ତୁ ନୁ7ଯୋଜନା ପ୍ରଣୟନ ହେଲେ ଘରେଘରେ ଲାଗିବ ଅକ୍ଷର ଓ ସଂଖ୍ୟାର ଭୌଗଳିକ ଚିହ୍ନଟ ସଂଖ୍ୟା ଯେଉଁଥିରେ ଉଭୟ ଘର ଓ ଘର ସହ ସମ୍ପକିତ ଅନ୍ୟାନ୍ୟ ତଥ୍ୟ ଓ ଘରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା, ବିମାନ ବନ୍ଦର, ବସ ଷ୍ଟେସନ ଓ ଲେନ ବିବରଣୀ ରହିବ।ବିଏମସି ଅଧିକାରୀଙ୍କ କହିବା ଅନୁଯାୟୀ ଏହା ଦ୍ଵାରା କୌଣସି ଘରେ ରହୁଥିବା ବ୍ୟକ୍ତିଙ୍କ ବିବରଣୀ ସହ ବିଦ୍ୟୁତ ସଂଯୋଗ, ପାଇପ ଜଳ ସଂଯୋଗ, ସମ୍ପତ୍ତି, ଟ୍ୟାକ୍ସ ଦେୟ ତଥ୍ୟ ମିଳିପାରିବ ଓ ଏସବୁ ସହଜରେ ପରିଚାଳନା କରା ଯାଇ ପାରିବ।ଏହି ଯୋଜନାରେ ପ୍ରତ୍ୟେକ ଗୃହକୁ ଏକ ଆଇଡି ବା ପରିଚୟ ସଂଖ୍ୟା ଯୋଗାଇ ଦିଆଯିବ ଏବଂ ତାହା ଭୌଗଳିକ ସୂଚନା ବ୍ୟବସ୍ଥା ପ୍ଲାଟଫର୍ମରେ ଉପଲବ୍ଧ ହେବ।ଆସନ୍ତା ୬ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଥିବା ବିଏମସି ଉପ କମିଶନ ଶ୍ରୀମନ୍ତ ମିଶ୍ର କହିଛନ୍ତି।

Leave A Reply

Your email address will not be published.