Webportal

ଭିଜିଲାନ୍ସ ହାତରେ ଧରା ପଡିଲେ ରାଜସ୍ୱ ନିରୀକ୍ଷକ

0 302

ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଛେଣ୍ଡିପଦା ତହସିଲ ଅନ୍ତର୍ଗତ କଣଲୋଇ ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ନାୟକ ଆଜି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଧରିଥିଲେ। ଘଟଣାରୁ ପ୍ରକାଶ ଯେ ପାତ୍ରପଡା ଗାଁର ଘାସିରାମ ବେହେରାଙ୍କ ଏକ ଜାଗା ଚିହ୍ନଟ କରିବା ପାଇଁ ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ଟଙ୍କା ମାଗୁଥିଲେ ଯାହା ପାଇଁ ଘାସିରାମ ଭିଜିଲାନସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଆଜି ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ଘାସିରାମ ବେହେରାଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରା ପଡ଼ିଥିଲେ।

Leave A Reply

Your email address will not be published.